ଗଳିତ ମୃତଦେହ ଉଦ୍ଧାର

 ବାରିପଦା: ବାରିପଦା ସଦର ଥାନା ଅନ୍ତର୍ଗତ ଗୁମୁଡିହି ସ୍ଥିତ ବୁଢ଼ାବଳଙ୍ଗ ନଦୀରୁ ଗଳିତ ମୃତଦେହ ଉଦ୍ଧାର ହୋଇଛି । ନଦୀ ବାଲିରେ ମୃତଦେହ ପୋତାଯାଇଥିବା ବେଳେ ସଦର ଓ ଟାଉନ ପୁଲିସର ଉପସ୍ଥିତିରେ ଉଦ୍ଧାର କରାଯାଇ ପିଆରଏମ ହସ୍ପିଟାଲକୁ ପଠାଯାଇଛି । ତେବେ ଉକ୍ତ ଗଳିତ ଶବର ପରିଚୟ ମିଳିପାରିନି । କେହି ହତ୍ୟା କରି ଉକ୍ତ ଶବକୁ ବାଲିରେ ପୋତିବା ଜଣାପଡିଛି । ଭେଷଭୂଷାରୁ ଏହା ରାଜ୍ୟ ବାହାରର ଓ କୌଣସି କାରଣ ହେତୁ ହତ୍ୟା ସଂଙ୍ଗଠିତ ହୋଇଥିବା ପୁଲିସ ଅନୁମାନ କରୁଛି । 
ଗୁରୁବାର ସକାଳେ ଜଣେ ବ୍ୟକ୍ତି ନଦୀ ଭିତରକୁ ଯାଇଥିବା ବେଳେ ବାଲିରେ ଜଣେ ବ୍ୟକ୍ତି ଗଳିତ ହାତ ପଡିଥିବାର ଦେଖିଥିଲେ । ଏନେଇ ସ୍ଥାନୀୟ ଗ୍ରାମବାସୀ ମାନେ ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ପହଁଚି ତଦନ୍ତ କରି ବାଲି ଭିତରୁ ମୃତଦେହକୁ ଉଦ୍ଧାର କରିଥିଲେ । ୪୦ବର୍ଷ ବୟସର ବ୍ୟକ୍ତିଙ୍କ ମୃତଦେହ ଅଟେ । ପୁଲିସ ପାରିପାର୍ଶ୍ୱିକ ପରିସ୍ଥିତିରୁ ଅନୁଧ୍ୟାନ କରି ଏହା ଏକ ହତ୍ୟା ବୋଲି ସନେ୍ଦହ କରିଛି । ତେବେ ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ବାରିପଦା ସଦର ଥାନାରେ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଯାଇଛି । ତେବେ ଖୁବଶୀଘ୍ର ଆସାମୀ ଧରାପଡିବ ବୋଲି ସଦର ସଡିପିଓ ସୁଜିତ ପ୍ରଧାନ ସୂଚନା ଦେଇଛନ୍ତି ।