ବିମାନ ଦୁର୍ଘଟଣା ପାଇଁ ରୁଷ୍ ଦାୟୀ! : ରୁଷ୍ର ଆଣ୍ଟି ଏୟାରକ୍ରାଫ୍ଟ ମିଶାଇଲ୍ ମାଡ଼ ଯୋଗୁଁ ଦୁର୍ଘଟଣା
ନୂଆଦିଲ୍ଲୀ: ପକ୍ଷୀମାଡ଼ କି ଯାନ୍ତ୍ରିକ ତ୍ରୁଟି ନୁହେଁ, ଆଣ୍ଟି ଏୟାର କ୍ରାଫ୍ଟ ମିସାଇଲ୍ ମାଡ଼ ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇଛି ବିମାନ । କାଜଖସ୍ତାନର ଅକତାଉ ସହରରେ ପକ୍ଷୀମାଡ଼ କିମ୍ବା ଯାନ୍ତ୍ରିକ ତ୍ରୁଟିରୁ ବିମାନ ଭୟଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ଯେଉଁ ସନେ୍ଦହ କରାଯାଉଥିଲା ତାହା ଏବେ ଭୁଲ୍ ପ୍ରମାଣିତ ହୋଇଛି । ରୁଷ୍-ୟୁକ୍ରେନ୍ ମଧ୍ୟରେ ଜାରି ରହିଥିବା ମିସାଇଲ୍ ବର୍ଷା ଯୋଗୁଁ ଏହି ଦୁର୍ଘଟଣା ଘଟିଛି ବୋଲି ବିଭିନ୍ନ ବିମାନ ଚାଳକ ବିଶେଷଜ୍ଞ (ଆଭିଏସନ୍ ସ୍ପେଶାଲିଷ୍ଟ) ମାନେ ମତପୋଷଣ କରିଛନ୍ତି । କାଜାଖସ୍ତାନ ଓ ଅଜରବାଇଜାନ୍ର ବିଶେଷଜ୍ଞଙ୍କୁ ନେଇ ଗଠିତ ଏକ ଟିମ୍ ଆଜି ଦୁର୍ଘଟଣାର ଯାଞ୍ଚ ବେଳେ ଏହି କଥା ସାମ୍ନାକୁ ଆସିଛି । ବିଶେଷଜ୍ଞଙ୍କ କହିବାନୁସାରେ ଦୁର୍ଘଟଣାଗ୍ରସ୍ତ ବିମାନର ଲାଞ୍ଜ ପାଖରେ ଏକ ବିରାଟ ଗର୍ତ୍ତ ଦେଖିବାକୁ ମିଳିଛି । ଏହା କେବଳ କୌଣସି ବାହ୍ୟ ଆକ୍ରମଣରୁ ହୋଇଥାଏ; ବିଶେଷ କରି ମିସାଇଲ୍ ମାଡ଼ର ଏହା ପ୍ରତୀକ ବୋଲି ସେମାନେ କହିଛନ୍ତି । ସେହିପରି ଗର୍ତ୍ତ ହୋଇଥିବା ସ୍ଥାନରେ ମିସାଇଲ୍ର କିଛି ଅଂଶ ଲାଗିଥିବା ମଧ୍ୟ ଦେଖିବାକୁ ମିଳିଛି ।
ରୁଷୀୟ ମିଲେଟ୍ରୀ ବ୍ଲଗର୍ ୟୁରି ପୋଡୋଲ୍ୟାକା ଏକ ଅନ୍ତର୍ଜାତୀୟସ୍ତରର ଗଣମାଧ୍ୟମକୁ କହିଛନ୍ତି ଯେ, ଯେତିକି ଉଚ୍ଚତାରେ ଅଜରବାଇଜାନ୍ର ବିମାନ ଉଡ଼ୁଥିଲା ଠିକ୍ ସେତିକି ଉଚ୍ଚତାରେ ଏବଂ ସେହି ସମୟରେ ଏକ ୟୁକ୍ରେନୀୟ ଡ୍ରୋନ୍ ଉଡ଼ୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏହି ଡ୍ରୋନ୍କୁ ମାତ ଦେବାକୁ ଯାଇ ରୁଷ୍ର ଚେଚନ୍ୟା ଭୂଇଁରୁ ଏକ ଆଣ୍ଟି ଏୟାର୍କ୍ରାଫ୍ (ସ୍ଥଳଭାଗରୁ-ବାୟୁମଣ୍ଡଳକୁ) ମିସାଇଲ୍ ଫାୟାର୍ କରାଯାଇଥିଲା । ଫଳରେ ଏହି ମିଶାଇଲ୍ ୟୁକ୍ରେନିୟ ଡ୍ରୋନ୍କୁ ଉଡ଼ାଇବା ସହ ନିକଟରେ ଉଡ଼ୁଥିବା ଅଜରବାଇଜାନ୍ ବିମାନର ଲାଞ୍ଜକୁ ମଧ୍ୟ ମାଡ଼ ହୋଇଥିଲା । ଫଳରେ ବିମାନରେ ଦୁର୍ଘଟଣା ଘଟିଥିଲା ବୋଲି କହିଛନ୍ତି । ସେହିପରି ‘ମେଦୁଯା’ ନାମକ ରୁଷ୍ର ଏକ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି ଯେ, କିବ୍ ଠାରେ କେତେକ ଆଣ୍ଟି ଏୟାର୍କ୍ରାଫ୍ଟ ମିଶାଇଲ୍ର ଧ୍ୱଂଶାବଶେଷ ଦେଖିବାକୁ ମିଳିଛି । ଏହି ମିଶାଇଲ୍ଗୁଡ଼ିକୁ ରୁଷ୍ ୟୁକ୍ରେନ୍ ଉପରେ ଆକ୍ରମଣ କରିଛି ବୋଲି କୁହାଯାଇଛି । ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମ ତଥା ବିମାନ ବିଶେଷଜ୍ଞମାନେ ଏଭଳି ମତ ଦେଉଥିଲେ ମଧ୍ୟ ଦୁର୍ଘଟଣାର ପ୍ରକୃତ କାରଣ କ’ଣ ତାହା ସରକାରୀ ସ୍ତରରେ କୌଣସି ବି ଦେଶ ଆନୁଷ୍ଠାନିକ ଭାବେ ଘୋଷଣା କରିନାହାନ୍ତି ।
ସୂଚନାଯୋଗ୍ୟ ଗତକାଲି କାଜାଖସ୍ତାନର ଅକତାଉ ବିମାନବନ୍ଦରରେ ଏକ ବିମାନ ଦୁର୍ଘଟଣା ଘଟି ୩୫ ଜଣଙ୍କ ମୃତୁ୍ୟ ହୋଇଛି । ‘ଅଜରବାଇଜାନ୍ ଏୟାର୍ଲାଇନ୍ସ ୮୨୪୩ ବିମାନ’ଟି ଅଜରବାଇଜାନ୍ର ରାଜଧାନୀ ବାକୁରୁ ରୁଷ୍ର ଚେଚନ୍ୟା ସ୍ଥିତ ଗ୍ରୋଜନୀକୁ ଯାଉଥିବା ବେଳେ କୌଣସି କାରଣ ପାଇଁ ଏହାର ଦିଗ ପରିବର୍ତ୍ତନ କରାଯାଇଥିଲା । ବିମାନକୁ କାଜଖାସ୍ତାନର ଅକତାଉ ବିମାନବନ୍ଦରରେ ଅବତରଣ ପାଇଁ ନିଦେ୍ର୍ଦଶ ହୋଇଥିଲା । ଏଠାରେ ବିମାନଟି ଅବତରଣ କରୁଥିବା ବେଳେ ବିମାନରେ ଦୁର୍ଘଟଣା ଘଟି ନିଅାଁ ଲାଗି ଯାଇଥିଲା । ଫଳରେ ଏଥିରେ ଥିବା ମୋଟ ୬୨ (୩୭ ଅଜରବାଇଜାନ୍ ନାଗରିକ, ୧୬ ରୁଷୀୟ ନାଗରିକ, ୬ କାଜାକିସ୍ତାନ ନାଗରିକ ଏବଂ ୩ ଅନ୍ୟ ଦେଶର ନାଗରିକ) ଯାତ୍ରୀ ଏବଂ ୫ ଜଣ କ୍ରୁ ସଦସ୍ୟଙ୍କ ମଧ୍ୟରୁ ୩୫ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ୩୨ ଜଣ ଗୁରୁତର ହୋଇଥିଲେ ।