ରମଜାନ୍ ପାଇଁ ଚଳଚଞ୍ଚଳ ମସଜିଦ୍
ପୁରୀ : ଆରମ୍ଭ ହୋଇଛି ମୁସ୍ଲିମ୍ଙ୍କର ପବିତ୍ର ରମଜାନ୍ ମାସ । ମୁସଲିମ୍ମାନେ ରଖିଛନ୍ତି ରୋଜା ବା ଉପବାସ । ରମଜାନ ଉପଲକ୍ଷେ ସହରରେ ଥିବା ମସ୍ଜିଦ୍ ହୋଇଉଠିଛି ଚଳଚଞ୍ଚଳ । ଧର୍ମମାସ ରୂପେ ଜଣାଶୁଣା ରମଜାନ୍ ମାସରେ ମୁସଲିମମାନେ ସୂର୍ଯେ୍ୟାଦୟ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଉପବାସ କରିଥାନ୍ତି ଓ ଚନେ୍ଦ୍ରାଦୟ ହେଲେ ରୋଜା ଫିଟାଇ ଖାଦ୍ୟ ଗ୍ରହଣ କରିଥାନ୍ତି । ଏଥିସହିତ ମସ୍ଜିଦ୍ରେ ନମାଜ ବା ପ୍ରାର୍ଥନା କରାଯାଇଥାଏ । ରମଜାନ୍ ମାସ ଉପଲକ୍ଷେ ଦାନ ଧର୍ମ କରାଯାଇଥାଏ । ଏହି ପବିତ୍ର ମାସ ଉପଲକ୍ଷେ ପୁରୀର କୁମ୍ଭାରପଡ଼ା ସ୍ଥିତ ହରିଣହାଟ ମସ୍ଜିଦ ଓ ଚିତ୍ରକାର ଗଳି ସ୍ଥିତ ନାଜରଖାନା ମସ୍ଜିଦ୍ରେ ମୁସଲିମ୍ମାନେ ପାରମ୍ପରିକ ପୋଷାକ ପରିଧାନପୂର୍ବକ ନମାଜ ବା ପ୍ରାର୍ଥନା କରିଥିଲେ । ରମଜାନ୍ ମାସ ଶେଷରେ ଇଦ୍-ଉଲ-ଫିତର ପର୍ବ ପାଳିତ ହେବ ଓ ମୁସଲିମମାନେ ପରସ୍ପରକୁ ଇଦ୍ ମୁବାରକ ଜଣାଇବେ ।