ରାସ୍ତାକଡ଼ରେ ପଡ଼ିଛି ଅଜଣା ମୃତଦେହ
ମୋହନା : ରାସ୍ତା କଡ଼ରେ ଅଜଣା ଯୁବକଙ୍କର ମୃତଦେହ ଠାବ କରିଛି ରା ଉଦୟଗିରି ପୋଲିସ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଆର୍ ଉଦୟଗିରି ଥାନା ଶିଆଳିଲଟି ପଞ୍ଚାୟତ ବାରନାଳୀ ଠାରେ। ରବିବାର ସକାଳୁ ଅଞ୍ଚଳର କିଛି ସ୍ଥାନୀୟ ଯୁବକ ଗାଧୋଇବା ପାଇଁ ସେହି ରାସ୍ତାରେ ଯାଇଥିବା ବେଳେ ହଟାତ ସେହି ସ୍ଥାନରୁ ପଚା ଦୁର୍ଗନ୍ଧ ବାହାରିଥିଲା l ସ୍ଥାନୀୟ ଲୋକେ ଦୁର୍ଗନ୍ଧ ହେଉଥିବାରୁ ଖୋଜାଖୋଜି କରିବାରୁ ଏକ ଅର୍ଦ୍ଧ ଶରୀରକୁ ଦେଖି ଭୟଭୀତ ହୋଇ ରା.ଉଦୟଗିରି ପୋଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ଆର୍ ଉଦୟଗିରି ପୋଲିସ ଓ ଆର ଉଦୟଗିରି ତହସିଲଦାର ପହଞ୍ଚି ତଦନ୍ତ ଚଳାଇଥିବାବେଳେ ସାଇଣ୍ଟିଫିକ୍ ଟିମ୍ ଆସି ତଦନ୍ତ କରୁଥିବା ଥାନା ଅଧିକାରୀ କହିଛନ୍ତି। ଅପରପକ୍ଷେ ୨/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପୋଲିସ ପଠାଇଛି। ତେବେ ଏହି ଘଟଣା ଜାଣିବା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଛି।