କଲେଜ୍ କ୍ୟାଣ୍ଟିନ୍ରେ ଲାଗିବ ସୁଗାର ବୋର୍ଡ
ଉଚ୍ଚଶିକ୍ଷାନୁଷ୍ଠାନରେ ଲାଗିବ ଅଏଲ, ସୁଗାର ବୋର୍ଡ । କ୍ୟାଣ୍ଟିନ୍ ସମେତ ଉଚ୍ଚଶିକ୍ଷାନୁଷ୍ଠାନର ପ୍ରମୁଖ ସ୍ଥାନରେ ଏହି ବୋର୍ଡ ଲାଗିବ । ଏନେଇ ସମସ୍ତ ବିଶ୍ଵବିଦ୍ୟାଳୟର କୁଳପତି, କଲେଜର ଅଧ୍ୟକ୍ଷଙ୍କୁ ଚିଠି କରିଛି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ । ତେଲ ଓ ଚିନି ଯୁକ୍ତ ଖାଦ୍ୟ ଖାଇଲେ କଣ ଅସୁବିଧା ରହିଛି ତାହା ଦର୍ଶାଯିବ। ଜଙ୍କ୍ ଫୁଡ୍, କୋଲ୍ଡ ଡ୍ରିଙ୍କିଠୁ ଦୂରେଇ ରହିବାକୁ କୁହାଯିବ । କେଉଁ ପ୍ରକାରର ଖାଦ୍ୟ ପିଲାଙ୍କ ପାଇଁ ସ୍ବାସ୍ଥ୍ୟକର ତାକୁ ନେଇ ସଚେତନ କରାଯିବ।