ଦିଲ୍ଲୀ ନିର୍ବାଚନ : କଂଗ୍ରେସ ସହ ମେଣ୍ଟ କରିବ ଆପ୍ !

 ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଆସିବା ପୂର୍ବରୁ ମେଣ୍ଟ ବିଷୟରେ ଚର୍ଚ୍ଚା ହେବା ଆରମ୍ଭ ହୋଇଗଲାଣି । ଭୋଟ ଗଣତି ପୂର୍ବରୁ ନୂଆଦିଲ୍ଲୀ ଆସନରୁ ଥିବା କଂଗ୍ରେସ ପ୍ରାର୍ଥୀ ସନ୍ଦୀପ ଦୀକ୍ଷିତ କହିଛନ୍ତି ଯଦି ନିର୍ବାଚନ ଫଳାଫଳ ପରେ ଯଦି ଦିଲ୍ଲୀରେ ମେଣ୍ଟ ସରକାର ଗଠନ ପାଇଁ ପରିସ୍ଥିତି ଉପୁଜେ ତେବେ ହାଇକମାଣ୍ଡ ଏହା ଉପରେ ନିଷ୍ପତ୍ତି ନେବେ ।  ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ରେ ଆମ ଆଦମୀ ପାର୍ଟି ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ଦେଖାଦେଇଛି। ଆପ ଲଗାତାର ତୃତୀୟ ଥର ପାଇଁ କ୍ଷମତା ଦଖଲ କରିବାକୁ ଚେଷ୍ଟା କରୁଛି । ଦିଲ୍ଲୀରେ ତ୍ରିକୋଣୀୟ ପ୍ରତିଦ୍ୱନ୍ଦ୍ୱିତା ଯୋଗୁଁ କୌଣସୀ ବି ଦଳ ମେଣ୍ଟ ବା ଗଠବନ୍ଧନରେ ସମ୍ପୁର୍ଣ୍ଣ ବହୁମତ ହାସଲ କରିନପାରେ ବୋଲି ସନ୍ଦେହ କରାଯାଉଛି ।

ଏହାର ଅର୍ଥ ହେଉଛି ଦିଲ୍ଲୀକୁ ଏକ ଝୁଲା ବିଧାନସଭାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଯେତେବେଳେ କୌଣସି ରାଜନୈତିକ ଦଳ କିମ୍ବା ମେଣ୍ଟ ସରକାର ଗଠନ କରିବା ପାଇଁ ପର୍ୟ୍ୟାପ୍ତ ଆସନ ପାଏ ନାହିଁ ସେତେବେଳେ ଝୁଲା ବିଧାନସଭା ହୁଏ । ଦିଲ୍ଲୀ କ୍ଷେତ୍ରରେ ୭୦ ବିଧାନସଭା ଆସନ ସହିତ ଏକ ଦଳ କିମ୍ବା ମେଣ୍ଟକୁ ସାଧାରଣ ବହୁମତ ପାଇଁ ଅତି କମରେ ୩୬ ଆସନ ଆବଶ୍ୟକ । ଦିଲ୍ଲୀ ନିର୍ବାଚନରେ ଗଡୁନି କଂଗ୍ରେସର ଗାଡି । ମାତ୍ର ଗୋଟିଏ ସିଟ ବଦଳରେ କଂଗ୍ରେସ ଆଗୁଆ ରହୁଛି । ହେଲେ ଆଉ କୌଣସି ସିଟରେ କଂଗ୍ରେସ ନିଜ ଯାଦୁ ଚଲାଇପାରୁନି । ଦିଲ୍ଲୀ ନିର୍ବାଚଳ ଫଳାଫଳ ଏବେ ବିଜେପି ଆଡକୁ ଢଳୁଛି । ଦଳ ଆପଠାରୁ ବହୁ ଆଗରେ ରହିଛି । ତେବେ ଭୋଟ ଗଣତି ପରେ ଜଣାପଡିବ ସରକାର କିଏ ଗଢିବ ।