ନିର୍ବାଚନ ଫଳ ଆସିବା ପୂର୍ବରୁ କଂଗ୍ରେସ ପରାଜୟ!

କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରା ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ କଂଗ୍ରେସ ପରାଜୟକୁ ସ୍ବୀକାର କରିଛନ୍ତି । ତଙ୍କର ଏକ ବୟାନରୁ ଏହା ସ୍ପଷ୍ଟ ହେଉଛି । ପ୍ରାରମ୍ଭିକ ଟ୍ରେଣ୍ଡ ଆସିବା ପୂର୍ବରୁ ସେ ଏହା କହିଛନ୍ତି କି ଦିଲ୍ଲୀର ଜନତା ଯାହାକୁ ବି ବାଛିବେ, କଂଗ୍ରେସ ତା ସହ ମିଶିକି କାମ କରିବ ।
ରବର୍ଟ ଭଦ୍ରା କହିଛନ୍ତି, ଦିଲ୍ଲୀର ଜନତା ଯାହାକୁ ବାଛିବେ ସେମାନେ ଦେଇଥିବା ପ୍ରଶ୍ରୁତିକୁ ପୂରଣ କରିବା ଦରକାର । ଆମକୁ ପ୍ରଦୂଷଣରୁ ମୁକ୍ତି ଦରକାର, ମହିଳାଙ୍କୁ ସୁରକ୍ଷା ଦରକାର, ଏଠାରେ ଇନଫାଷ୍ଟ୍ରକଚରରେ ପରିବର୍ତ୍ତନ ଦରକାର । ମୁଁ ଏହା ଜାଣିଛି ଯିଏ ବି ସରକାରକୁ ଆସିବ କଂଗ୍ରେସ ଆଉ ତାର ନେତାମାନେ ତାଙ୍କ ସହ ମିଶି କାମ କରିବେ ।
ଦିଲ୍ଲୀରେ ପ୍ରଦୂଷଣ ବଡ ମୁଦ୍ଦା ଏହା ଉପରେ କାମ କରିବା ଦରକାର । ଆଉ ନିର୍ବାଚନ ଲଢେଇ ବେଳେ କାହାକୁ କିଣିବା, ସରକାର ଗଢିବା ପାଇଁ କଣ କଣ ଦରକାର ଭାବିବା ଉଚିତ ନୁହେଁ । ଲୋକ ଭୋଟ ଦେଇଛନ୍ତି ତାଙ୍କୁ ଉଚିତ ମୂଲ୍ୟ ମିଳିବା ଦରକାର । ଯିଏ ବି ଜିତୁ ସେ ଲୋକଙ୍କ ହିତରେ କାମ କରୁ ବୋଲି ରବର୍ଟ ଭଦ୍ରା କହିଛନ୍ତି ।
ଦିଲ୍ଲୀ ନିର୍ବାଚନରେ ଗଡୁନି କଂଗ୍ରେସର ଗାଡି । ମାତ୍ର ଗୋଟିଏ ସିଟ ବଦଲୀରେ କଂଗ୍ରେସ ଆଗୁଆ ରହୁଛି । ହେଲେ ଆଉ କୌଣସି ସିଟରେ କଂଗ୍ରେସ ନିଜ ଯାଦୁ ଚଲାଇପାରୁନି । ଦିଲ୍ଲୀ ନିର୍ବାଚଳ ଫଳାଫଳ ଏବେ ବିଜେପି ଆଡକୁ ଢଳୁଛି । ଦଳ ଆପଠାରୁ ବହୁ ଆଗରେ ରହିଛି । ତେବେ ଭୋଟ ଗଣତି ପରେ ଜଣାପଡିବ ସରକାର କିଏ ଗଢିବ ।