ଆକ୍ସନ ମୋଡରେ ଡିଜିପି : ବାଲି ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିଦେ୍ର୍ଦଶ

 ଭୁବନେଶ୍ୱର : ରାଜ୍ୟରେ ଚୋରା ବାଲି ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ଆରକ୍ଷୀ ମହାନିଦେ୍ର୍ଦଶକ ଯୋଗେଶ ବାହାଦୁର ଖୁରାନିଆ କଡ଼ା ନିଦେ୍ର୍ଦଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ମଧ୍ୟ ରାଜ୍ୟ ତମାମ ପୁଲିସ ପକ୍ଷରୁ ଚଢ଼ାଉ ଜାରି ରହିଛି । ରାଜ୍ୟର ସମସ୍ତ ଜିଲ୍ଲା ପୁଲିସ ବାଲି ମାଫିଆଙ୍କ ବିରୋଧରେ ଚଢ଼ାଉ ଅଭିଯାନ ଜାରି ରଖିଛନ୍ତି । ଏହି କ୍ରମରେ ବାଲି ବୋଝେଇ ଟ୍ରକ୍ଟର, ଟ୍ରକ୍, ଟିପର୍ ଓ ହାଇୱା ଜବତ କରାଯାଇଛି ।
 ସୂଚନାଯୋଗ୍ୟ ଯେ, ରବିବାର ସକାଳୁ ରାତି ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାର ପୁଲିସର ସ୍ୱତନ୍ତ ଟିମ ବିଭିନ୍ନ ଚୋରା ବାଲିଘାଟ ଉପରେ ଚଢ଼ାଉ କରି ୯୧ଟି ବାଲି ବୋଝେଇ ଟ୍ରାକ୍ଟର, ଟ୍ରକ୍, ଟିପର ଓ ହାଇୱା ଜବତ କରାଯାଇଛି । ଏହା ସହ ୮୭ଟି ମାମଲା ରୁଜୁ କରାଯାଇଥିବା ବେଳେ ୯୬ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଏହି ଧରପଗଡ଼ ଲଗାତାର ଭାବେ ଚାଲିବ । ବାଲି, ମୋରମ ଚୋରା କାରବାର ସମ୍ପର୍କରେ ସ୍ଥାନୀୟ ବ୍ୟକ୍ତି ବିଶେଷ ପୁଲିସକୁ ସୂଚନା ମଧ୍ୟ ଦେଇପାରିବେ । ରାଜ୍ୟରେ ଚୋରା ବାଲି ଚାଲାଣ ରୋକିବାକୁ ଆଗାମୀ ଦିନରେ ମଧ୍ୟ ପୁଲିସ ପକ୍ଷରୁ ଉଦ୍ୟମ ଜାରି ରହିବ ।