ଓଡ଼ିଆ ଫିଲ୍ମ କାନରେ "ବାଘୁଣୀ'

ଭୁବନେଶ୍ୱର : ଓଡିଆ ସିନେମା ଏବଂ ସିନେପ୍ରମୀଙ୍କ ମଧ୍ୟରେ ଗର୍ବର ବିଷୟ । ଓଡିଶାର କାହାଣୀକୁ ଆହୁରି ପାଦେ ଆଗକୁ ନେବା ଉଦେ୍ଦଶ୍ୟରେ ନିର୍ମାଣ ହେବାକୁ ଯାଉଛି ଭିନ୍ନ ସ୍ୱାଦର ଓଡ଼ିଆ ଫିଚର ଫିଲ୍ମ ‘ବାଘୁଣୀ – ଡ୍ୟାନ୍ସ ଲାଇକ ଏ ଟାଇଗର’ । ଏହାର ପ୍ରଥମ ଝଲକ ପ୍ରଥମ ଝଲକ ଫ୍ରାନ୍ସର କାନ୍ସ ଫିଲ୍ମ ଫେଷ୍ଟିଭାଲର ୭୮ତମ ସଂସ୍କରଣରେ ଉନ୍ନୋମଚିତ ହୋଇଛି । ଏହି ଐତିହାସିକ ଉନ୍ନମୋଚନ ଏକ ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ମାଇଲଖୁଣ୍ଟ ସ୍ଥାପନ କରିଛି, କାରଣ ‘ବାଘୁଣୀ’ ଓଡ଼ିଶାର ପ୍ରଥମ ଆନ୍ତର୍ଜାତୀୟ ସହ-ଉତ୍ପାଦନ ଭାବରେ ଏହି ସମ୍ମାନଜନକ ବିଶ୍ୱ ମଞ୍ଚରେ ଘୋଷିତ ହୋଇଛି । ସାମାଜିକ ବାସ୍ତବତା ଓ ସାଂସ୍କୃତିକ ଐତିହ୍ୟ ବହନ କରୁଥିବା ଏହି ଚଳଚ୍ଚିତ୍ରର ବିଷୟବସ୍ତୁ ୪ଟି ଭାରତୀୟ ଭାଷା ଓଡ଼ିଆ, ସମ୍ବଲପୁରୀ, କୋଶଳୀ ଓ ହିନ୍ଦୀରେ କରାଯିବ । ଭାରତର ଜାତୀୟ ଚଳଚ୍ଚିତ୍ର ନିଗମ, ଲଣ୍ଡନର ଗ୍ଲୋକାଲ ଫିଲ୍ମସ ଓ ସିନେମା ଫର ଗୁଡ ପ୍ରାଇଭେଟ ଲିମିଟେଡ ମିଳିତ ଭାବେ ଏହି ଚଳଚିତ୍ର ନିର୍ମାଣ ପାଇଁ ସହମତି ଜଣାଇଛନ୍ତି । ଏଥିରେ ମୁଖ୍ୟ ଅଭିନେତା ଭାବେ ସବ୍ୟସାଚୀ ମିଶ୍ର ଅଭିନୟ କରିବାକୁ ଥିବା ବେଳେ ନିଦେ୍ର୍ଦଶନା ଦେବେ ଜିତେନ୍ଦ୍ର ମିଶ୍ର । ଆୟୋଜିତ କାନ୍ସ ଚଳଚ୍ଚିତ୍ର ମହୋସôବରେ ଆନ୍ତର୍ଜାତୀୟ ପ୍ଲାଟଫର୍ମରେ ଓଡ଼ିଆ ଚଳଚ୍ଚିତ୍ରକୁ ସକ୍ରିୟ ଭାବରେ ପ୍ରୋସôାହିତ କରୁଥିବା ପ୍ରଯୋଜକ ପାର୍ଥ ପଣ୍ଡା ଏବଂ ଜିତେନ୍ଦ୍ର ମିଶ୍ର ଯୋଗ ଦେଇଥିଲେ । ଚଳଚ୍ଚିତ୍ରର କାହାଣୀ ପଶ୍ଚିମ ଓଡ଼ିଶାର ଏକ ଆଦିବାସୀ ଗ୍ରାମର ଯୁବତୀ ମାୟାଙ୍କୁ ନେଇ କେନ୍ଦ୍ରିତ । ମାୟା ନୃତ୍ୟ ପାଇଁ ନିଜର ଜନ୍ମଗତ ପ୍ରତିଭାକୁ ଆବିଷ୍କାର କରେ ଯେଉଁଠି ପାରମ୍ପରିକ ଭାବରେ ତାଙ୍କ ସମ୍ପ୍ରଦାୟରେ ପୁରୁଷମାନଙ୍କ ପାଇଁ ସଂରକ୍ଷିତ । ସାମାଜିକ ବାଧାବିଘ୍ନରୁ ମୁକ୍ତ ହେବାକୁ ଦୃଢ଼ ସଂକଳ୍ପବଦ୍ଧ ହୋଇ ମାୟା ନିଜର ଆଗ୍ରହକୁ ପୂରଣ କରିବା ପାଇଁ ଏହି ଯାତ୍ରା ଆରମ୍ଭ କରେ, ଯେଉଁଥିରେ ସେ ଅନେକ ପ୍ରକାରର ଆହ୍ୱାନର ସାମ୍ନା କରେ । ତାଙ୍କର ଏହି ପଥ ଓଡ଼ିଶାର ଘଞ୍ଚ ଜଙ୍ଗଲରୁ ଲଣ୍ଡନର ଜନଗହଳିପୂର୍ଣ୍ଣ ରାସ୍ତା ଆଡ଼କୁ ତାଙ୍କୁ ଆଗେଇ ନିଏ, ଯେଉଁଠାରେ ମାୟା ନିଜର ପରିଚୟର ନୂଆ ରୂପ ଆବିଷ୍କାର କରେ ଓ ପୁରାତନ ନିୟମର ଆହ୍ୱାନକୁ ସାମ୍ନା କରି ଆଗକୁ ବଢିଚାଲେ ।
ଏହି ଚଳଚ୍ଚିତ୍ରଟି ଓଡ଼ିଶାର ଗ୍ରାମ୍ୟ ପୃଷ୍ଠଭୂମି ସହ ଲଣ୍ଡନର ସହରୀ ପୃଷ୍ଠଭୂମିକୁ ଯୋଡ଼ିବ ଏବଂ ପରମ୍ପରା ଓ ଆଧୁନିକତା ମଧ୍ୟରେ ଥିବା ମାନସିକତାକୁ ଦର୍ଶାଇବ । ମାୟାର ବିବର୍ତ୍ତନକୁ ପ୍ରତିଫଳିତ କରିବା ପାଇଁ ନୃତ୍ୟ କ୍ରମଗୁଡ଼ିକୁ ଶାସ୍ତ୍ରୀୟ ଓଡ଼ିଆ ନୃତ୍ୟ ସହିତ ସାମ୍ପ୍ରତିକ ଶୈଳୀର ମିଶ୍ରଣରେ କୋରିଓଗ୍ରାଫି କରାଯିବ । ଅନ୍ୟପକ୍ଷରେ ସାଉଣ୍ଡଟ୍ରାକରେ ମାୟାର ଯାତ୍ରାକୁ ପ୍ରତିଫଳିତ କରିବା ପାଇଁ ମର୍ଦ୍ଦଳ ଏବଂ ମହୁରୀ ପରି ପାରମ୍ପରିକ ଓଡ଼ିଆ ବାଦ୍ୟଯନ୍ତ୍ର ଓ ଆଧୁନିକ ବାଦ୍ୟର ସମିଶ୍ରଣ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ଓଡ଼ିଶା ଏବଂ ଲଣ୍ଡନର ମନୋରମ ସ୍ଥାନଗୁଡ଼ିକରେ ଚଳିତ ବର୍ଷ ସେପ୍ଟେମ୍ବର ଏବଂ ଅକ୍ଟୋବର ମାସରେ ଏହି ଚଳଚିତ୍ରର ସୁଟିଂ କରାଯିବ ।