ସାମ୍ବାଦିକଙ୍କ ପାଇଁ ଧର୍ମେନ୍ଦ୍ରଙ୍କ ବଡ ଘୋଷଣା 

 ସାମ୍ବାଦିକଙ୍କ ପାଇଁ ଧର୍ମେନ୍ଦ୍ରଙ୍କ ବଡ ଘୋଷଣା 

ଭୁବନେଶ୍ୱର: ସାମ୍ବାଦିକଙ୍କ ସୁରକ୍ଷା ଓ ପେନସନ୍‌ ଆଦିକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ବିଜେପି ସରକାରକୁ ଆସିଲେ ସାମ୍ବାଦିକମାନଙ୍କୁ ସମସ୍ତ ସରକାରୀ ଅଫିସକୁ ପ୍ରବେଶର ଅନୁମତି ଦିଆଯିବ । ସେହିପରି ସାମ୍ବାଦିକଙ୍କ ଉପରେ ଯାହାସବୁ କଟକଣା ରହିଛି ତାହା ମଧ୍ୟ ହଟିଯିବ । ଓଡିଶାରେ ଅନ୍ୟ ରାଜ୍ୟ ଭଳି ସାମ୍ବାଦିକଙ୍କୁ ପେନସନ୍‌ ମିଳିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହାଛଡା ସାମ୍ବାଦିକଙ୍କୁ ସ୍ୱୀକୃତି ଦେବା ପ୍ରକ୍ରିୟାକୁ ମଧ୍ୟ ଅଧିକ କ୍ରିୟାଶୀଳ କରାଯିବ । ସମ୍ବଲପୁରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ଅବସରରେ ଧର୍ମେନ୍ଦ୍ର ଏହି କଥା ଘୋଷଣା କରିଛନ୍ତି ।