ଅନଲାଇନ୍ ବନ୍ଧୁଙ୍କୁ ଦେଖିବାକୁ ୨୬୫ କିମି ଛୁଟି ଆସିଲେ ଯୁବତୀ
ଅନଲାଇନ୍ ବନ୍ଧୁତା ହେଲା କାଳ । ଅନ୍ଲାଇନ୍ ବନ୍ଧୁଙ୍କ କଥାକୁ ଆଖି ବୁଜି ବିଶ୍ୱାସ କରିଦେଲେ ଯୁବତୀ। ଏପରିକି ନିଜ ପରିବାର ତୁଚ୍ଛ ଲାଗିବାରୁ ଅଜଣା ବନ୍ଧୁଙ୍କୁ ଦେଖିବାକୁ ୨୬୫ କିମି ଛୁଟି ଆସିଲେ। ମାତ୍ର ପହଞ୍ଚିବା ପରେ ମିଳିଲାନି ଭଲ ପାଇବା ବରଂ ମିଳିଲା ପ୍ରତାରଣା ଓ ଧୋକା।
ଅଭିଯୁକ୍ତ ଯୁବକଜଣକ ଯୁବତୀଙ୍କୁ ୨୦ ଦିନ କାଳ ଏକ ହୋଟେଲ ରୁମ୍ରେ ବୁକ୍ କରି ଦେଉଥିଲେ ନିର୍ଯାତନା । ଶେଷରେ ଦେବଦୂତ ସାଜିଲେ ହାଇଦ୍ରାବାଦର ‘SHE TEAM’ । ଆଉ ଯୁବତୀଙ୍କୁ ଉଦ୍ଧାର କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି। ଏପରି ଏକ ଘଟଣା ହାଇଦ୍ରାବାଦରେ ଘଟିଛି।
ଯୁବତୀଜଣକ ୧୮ ବର୍ଷର ବୋଲି ଜଣାପଡ଼ିଥିବା ବେଳେ ଅଭିଯୁକ୍ତ ଯୁବକଙ୍କ ବୟସ ୧୯ ବର୍ଷ ଓ ସେ ଜଣେ ଇଞ୍ଜିନିୟରିଂ ଛାତ୍ର ବୋଲି ଜଣାଯାଇଛି। ଯୁବତୀଙ୍କ ଘର ତେଲେଙ୍ଗାନାରେ ବୋଲି ଜଣାଯାଇଛି।