ବଜେଟ୍‌ ୨୦୨୬-୨୭ : ରେଳବାଇ ପାଇଁ ବଡ ଘୋଷଣା; ନିର୍ମାଣ ହେବ ୭ଟି ହାଇସ୍ପିଡ୍‌ ରେଳ କରିଡର

ବଜେଟ୍‌ ୨୦୨୬-୨୭ : ରେଳବାଇ ପାଇଁ ବଡ ଘୋଷଣା; ନିର୍ମାଣ ହେବ ୭ଟି ହାଇସ୍ପିଡ୍‌ ରେଳ କରିଡର

ଆଜି ସଂସଦରେ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଏଥର ଆୟକର ସ୍ଲାବରେ କୌଣସି ପରିବର୍ତ୍ତନ ହେବ ନାହିଁ । ବଜେଟ୍‌ରେ ଟ୍ରେନ ଯାତ୍ରୀ ଏବଂ ଭାରତୀୟ ରେଳବାଇକୁ ପ୍ରୋତ୍ସହନ ପ୍ରଦାନ କରାଯାଇଛି । ଦେଶବ୍ୟାପୀ ୭ଟି ହାଇସ୍ପିଡ୍‌ ରେଳ କରିଡର ନିର୍ମାଣ ପାଇଁ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି । ଏହା ବିଭିନ୍ନ ରାଜ୍ୟ, ସହର ଏବଂ ଗ୍ରାମଗୁଡ଼ିକୁ ସଂଯୋଗ କରିବ, ଏହାସହିତ ସଡ଼କ ପରିବହନ ଉପରେ ବଢୁଥିବା ଚାପକୁ ମଧ୍ୟ ହ୍ରାସ କରିବ । 
ପରିବେଶଗତ ଭାବେ ସ୍ଥାୟୀ ଯାତ୍ରୀ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ, ଆମେ ଅଭିବୃଦ୍ଧି ସଂଯୋଗକାରୀ ଭାବେ ସହର ମଧ୍ୟରେ ୭ଟି ହାଇସ୍ପିଡ୍‌ ରେଳ କରିଡର ବିକଶିତ କରିବୁ । ମୁମ୍ବାଇରୁ ପୁଣେ, ପୁଣେରୁ ହାଇଦ୍ରାବାଦ, ହାଇଦ୍ରାବାଦରୁ ବେଙ୍ଗାଲୁରୁ, ହାଇଦ୍ରାବାଦରୁ ଚେନ୍ନାଇ, ଚେନ୍ନାଇରୁ ବେଙ୍ଗାଲୁରୁ, ଦିଲ୍ଲୀରୁ ବାରାଣସୀ, ବାରାଣସୀରୁ ସିଲିଗୁଡ଼ି କରିଡର ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ସ୍ଥାୟୀ ଯାତ୍ରୀ ବ୍ୟବସ୍ଥାକୁ ପ୍ରୋତ୍ସାହିତ ପାଇଁ ୫ବର୍ଷ ମଧ୍ୟରେ ପ୍ରତି ସିଇଆର ପାଇଁ ୫ହଜାର କୋଟି ଖର୍ଚ୍ଚ ହେବ ବୋଲି ନିର୍ମଳା କହିଛନ୍ତି ।