ଧର୍ମେନ୍ଦ୍ରଙ୍କ ପାଖରେ ରହିଛି ନଗଦ ୩୫ ହଜାର ଟଙ୍କା

ଧର୍ମେନ୍ଦ୍ରଙ୍କ ପାଖରେ ରହିଛି ନଗଦ ୩୫ ହଜାର ଟଙ୍କା

ଭୁବନେଶ୍ୱର:ସମ୍ବଲପୁର ଲୋକସଭା ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନ ସତ୍ୟପାଠରୁ ତାଙ୍କ ସମ୍ପତ୍ତି ବିଷୟରେ ଜଣାପଡ଼ିଛି । ଧର୍ମେନ୍ଦ୍ରଙ୍କ ପାଖରେ ନଗଦ ୩୫ ହଜାର ଟଙ୍କା ରହିଛି । ଏହା ବ୍ୟତୀତ ୧୩ ଲକ୍ଷ ୫୦ ହଜାର ଟଙ୍କାର ଅଳଙ୍କାର, ୨୦୧୧ ମସିହାରେ କିଣାଯାଇଥିବା ୧୦ ଲକ୍ଷ ଟଙ୍କାର ଏକ ଗାଡ଼ି ସହିତ ୧ କୋଟି ୩୯ ଲକ୍ଷ ୫୩ ହଜାର ୩୩୨ ଟଙ୍କାର ଅସ୍ଥାବର ସମ୍ପତ୍ତିତ୍ତ ରହିଛି । ଏହା ବ୍ୟତୀତ ୯୨ ଲକ୍ଷ ୫୦ ହଜାରର ସ୍ଥାବର ସମ୍ପତ୍ତି ରହିଥିବା ବେଳେ ତାଙ୍କ ନାମରେ ୩୨ ଲକ୍ଷ ୭୯ ହଜାର ୮୬୧ ଟଙ୍କାର ଋଣ ମଧ୍ୟ ରହିଛି । ଧର୍ମେନ୍ଦ୍ରଙ୍କ ସ୍ତ୍ରୀ ମୃଦୁଳା ଠାକୁରଙ୍କ ପାଖରେ ନଗଦ ୪୦ ହଜାର ଟଙ୍କା, ୩୫ ଲକ୍ଷ ମୂଲ୍ୟର ଅଳଙ୍କାର, ୬୭.୭୭ ଲକ୍ଷ ଟଙ୍କାର ଗାଡ଼ି ସହିତ ୨ କୋଟି ୯୫ ଲକ୍ଷ ୪୮ ହଜାର ୫୭୫ ଟଙ୍କାର ସମ୍ପତ୍ତି ଅଛି । ୧ କୋଟି ୩୭ ଲକ୍ଷ ୭୫ ହଜାର ଟଙ୍କାର ସ୍ଥାବର ସଂପତି ଏବଂ ୨୦ ଲକ୍ଷ ୫୭ ହଜାର ୯୨୦ ଟଙ୍କାର ଋଣ ରହିଛି । ୨୦୨୨-୨୩ ମସିହାର ଆୟକର ରିଟର୍ଣ୍ଣରେ ଧର୍ମେନ୍ଦ୍ର ନିଜ ବାର୍ଷିକ ଆୟ ୧୨ ଲକ୍ଷ ୭୪ ହଜାର ୮୩୫ ଟଙ୍କା ଓ ପତ୍ନୀ ମୃଦୁଳାଙ୍କ ବାର୍ଷିକ ଆୟ ୪୯ ଲକ୍ଷ ୯୨ ହଜାର ଟଙ୍କା ରହିଥିବା ଦର୍ଶାଇଛନ୍ତି ।