ଠକେଇର ଶୀକାର ହେଲେ ଏଣିକି ଅନଲାଇନରେ କରିହେବ ଆବେଦନ
ଭୁବନେଶ୍ୱର, ୨ା୫ :ଆପଣଙ୍କ ପାଖକୁ ଆସୁଛିକି ସ୍ପାମ କଲ? ବିଭିନ୍ନ ପ୍ରଲୋଭନ ଦେଖାଇ ଆପଣଙ୍କୁ ଠକିବା ପାଇଁ ସାଇବର ଅପରାଧୀ ଫୋନ୍ କରୁଛନ୍ତି କି? ସାଇବର ଅପରାଧୀ ଯଦି ଆପଣଙ୍କୁ ଠକି ଟଙ୍କା ନେଇ ଯାଇଛନ୍ତି ତେବେ ଏହି ସମୟରେ ଆପଣ କ'ଣ କରିବା ଉଚିତ । ସାଇବର ଥାନାରେ ମାମଲା ରୁଜୁ କରିବା ପର୍ଯ୍ୟନ୍ତ ଅପେକ୍ଷା କରିବେ ନା ତାହା ପୂର୍ବରୁ କୌଣସି ବାଟ ରହିଛି । ଏଭଳି କୌଣସି ଘଟଣା ଘଟିଲେ ଘରେ ବସିକି ନେଇ ପାରିବେ ପଦକ୍ଷେପ । ରୁଜୁକରି ପାରିବେ ଅଭିଯୋଗ । ସାଇବର୍ ଠକେଇରୁ କେମିତି ମୁକ୍ତି ପାଇବେ ସେ ନେଇ ସୂଚନା ଦେଛନ୍ତି ପୁଲିସ କମିଶନର ସଞ୍ଜୀବ୍ ପଣ୍ଡା ।
ପୁଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, ଯଦି ସାଇବର ଅପରାଧୀ ଆପଣଙ୍କ ଟଙ୍କା ଠକି ନେଇଛି ତେବେ ଠକେଇ ହେବାର ଏକ ଘଣ୍ଟା ମଧ୍ୟରେ କମିଶନରେଟ୍ ପୁଲିସର ସାଇବର ହେଲ୍ପଲାଇନ "୧୯୩୦'କୁ ତୁରନ୍ତ କଲ କରନ୍ତୁ । ଫଳରେ ଆପଣଙ୍କ ଟଙ୍କା କଟିବା ପୂର୍ବରୁ ରୋକାଯାଇପାରିବ । ସେହିଭଳି କୌଣସି ଠକେଇ ନମ୍ବରକୁ ବ୍ଲକ କରିବା ପାଇଁ ଆପଣ "ଝଇଉଐଇଜଝଇଜଇଞଐଓ.ଏଙଠ.ଓଘ' ରେ ଅଭିଯୋଗ କରିପାରିବେ । ଏସବୁ ଅଭିଯୋଗ ଥାନାକୁ ନଯାଇ ମଧ୍ୟ ଘରେ କରିହେବ । ର୍ନିବାଚନ ସମୟରେ ଇଓ ଓ ଡିପ ଫେକ ଭିଡିଓରୁ ରାଜନେତା କେମିତି ମୁକ୍ତି ପାଇବେ, ସେ ନେଇ ଟିପ୍ସ ଦେଇଛି କମିସନରେଟ ପୁଲିସ । ଗୋଲଡେନ ଆୱାର ଅର୍ଥô ଏକ ଠକାମି ହେବାର ଏକ ଘଣ୍ଟା ଭିତରେ ତୁରନ୍ତ "ଚକ୍ଷୁ ଆପ' ଜରିଆରେ ଅନଲାଇନରେ କେସ୍ ଦେବାକୁ କୁହାଯାଇଛି । ଏଥିପାଇଁ ସାଇବର ଏକ୍ସପର୍ଟ, ଏନଜିଓ ଓ ହର୍ ଟିମ ସହ କମିଶନରେଟ ପୁଲିସର ବୈଠକ ହୋଇଥିଲା ।
ସୂଚନାଯୋଗ୍ୟଯେ, ସାଇବର ଠକେଇ ଘଟଣାରେ ଏବେ ଚିନ୍ତାଜନକ ବିଷୟ ପାଲଟିଛି । ପ୍ରତ୍ୟେକ ଦିନ ସାଧାରଣ ଲୋକମାନେ ସାଇବର ଠକେଇର ଶୀକାର ହେଉଛନ୍ତି । ଖାଲି ସେତିକି ନୁହେଁ, ଅନେକ ବ୍ୟକ୍ତି ହ୍ୱାଟସଆପ୍ ହେଉ କି ମେସେଜ ହେଉ । ଆସୁଛି ଧମକପୂର୍ଣ୍ଣ ମେସେଜ । ଏହିଭଳି ଅସୁବିଧା କିମ୍ବା ଠକେଇର ଶୀକାର ହେଉଥିବା ବ୍ୟକ୍ତିମାନଙ୍କୁ ଆଉ ସାଇବର ଥାନାକୁ ଦୌଡିବାକୁ ପଡିବ ନାହିଁ । ଜନସାଧାରଣଙ୍କ ହିତ ପାଇଁ ସାଇବର ଥାନା ପୁଲିସ ସହଯୋଗୀ ହାତ ବଢ଼ାଇଛି । ଠକେଇ ହେଉ କି ବ୍ଲାକ ମେଲିଂ ହେଉ ଅଭିଯୋଗ କରିବାକୁ ହେଲେ ଆପଣମାନେ ଅନଲାଇନରେ ଆବେଦନ କରିବାକୁ ପଡିବ । ଆବେଦନ କରିବାର କେଇ ମିନିଟ୍ ପରେ ସାଇବର ଥାନା ପୁଲିସ ଅଭିଯୋଗକୁ ଗୁରୁତ୍ୱର ସହ ନେଇ ତଦନ୍ତ କରିବ ଏବଂ ଅଭିଯୋଗକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ କି ଠକେଇ ଟଙ୍କା ରୋକିବା କ୍ଷେତ୍ରରେ ହେଉ ପୁଲିସ ତ୍ୱରିତ ବେଗରେ କାର୍ଯ୍ୟ କରିବ । ଗୁରୁବାର ଭୁବନେଶ୍ୱର କମିଶନରେଟ୍ ମୁଖ୍ୟାଳୟରେ ସାଇବର ସଚେତନତା ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସାଇବର ଏକ୍ସପଟଙ୍କ ସମେତ ପୁଲିସ କମିଶନର ସଂଜୀବ ପଣ୍ଡା,ଏସିପି ଅଞ୍ଜନା ଟୁଡୁ ଏବଂ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ । ଶ୍ରୀମତୀ ଟୁଡୁ ସାଇବର ଠକଙ୍କଠାରୁ କିଭଳି ରକ୍ଷା ପାଇବେ ଏବଂ ଠକେଇର ଶୀକାର ହେବାର କେଇ ମିନିଟ୍ ପରେ କିଭଳି ଅନଲାଇନରେ ଆବେଦନ କରି ପାରିବେ ସେ ନେଇ ଲୋକମାନଙ୍କୁ ସଚେତନ କରାଇଥିଲେ । ବହୁ ସାଇବର ଠକେଇ ଘଟଣାରେ ତଦନ୍ତ କରୁଥିବା ଶ୍ରୀମତୀ ଟୁଡୁ ସାଇବର ଠକଙ୍କଠୁ ଅନେକ ଟଙ୍କା ରିକଭରି କରିବାରେ ସଫଳତା ପାଇଛନ୍ତି । ସାଇବର ଠକମାନଙ୍କୁ ସାବାଡ କରିବାରେ ତାଙ୍କର ରହିଛି ବଡ ଭୂମିକା । ସର୍ଭେ ରିପୋର୍ଟ ଅନୁଯାୟୀ, ୨୦୨୨ ତୁଳନାରେ ୨୦୨୩ରେ ୨୪ ପ୍ରତିଶତ ସାଇବର କ୍ରାଇବ ବଢିଛି ।