ମାର୍ଚ୍ଚ ଶେଷ ସୁଦ୍ଧା ଗଠନ ହେବ ନୂଆଦଳ : ମୋକିମ୍‌ 

ମାର୍ଚ୍ଚ ଶେଷ ସୁଦ୍ଧା ଗଠନ ହେବ ନୂଆଦଳ : ମୋକିମ୍‌ 

କଟକ : ରାଜ୍ୟରେ ନୂଆ ଆଞ୍ଚଳିକ ଦଳ ଗଠନ ପାଇଁ ଅଣ୍ଟା ଭିଡୁଛନ୍ତି ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ। ଏଥିପାଇଁ ସେ ଦଳର ଆଭିମୁଖ୍ୟ ମଧ୍ୟ ପ୍ରସ୍ତୁତ କରିସାରିଛନ୍ତି । ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ଦଳ ଗଠନ କରିବେ ବୋଲି ମୋକିମ୍‌ ସୂଚନା ଦେଇଛନ୍ତି । ମୋକିମ୍‌ କହିଛନ୍ତି, ନୂଆ ଦଳ ନେଇ ସମୀକରଣ ଚାଲିଛି । ପୁରା ରାଜ୍ୟରୁ ମତାମତ ନିଆଯାଉଛି । ବଡ଼ କାର୍ଯ୍ୟକ୍ରମ ପୂର୍ବରୁ ଅନେକ ପରାମର୍ଶ ଆବଶ୍ୟକ ବୋଲି ସେ ସ୍ପଷ୍ଟ କରିଥିଲେ । ଏହା ସହ ପର୍ଯ୍ୟାୟ କ୍ରମେ ଆଗକୁ ବଢୁଛୁ, ମାର୍ଚ୍ଚ ଶେଷ ସୁଦ୍ଧା ସମସ୍ତ ବ୍ୟବସ୍ଥା ହୋଇ ସାରିଥିବ ବୋଲି ମୋକିମ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି ।

   ସେ ଆହୁରୀ ମଧ୍ୟ କହିଛନ୍ତି, ଆସନ୍ତା ୧୨ ତାରିଖରେ  ଯୁବ ସମାବେଶରେ ଏକାଠି ହେବେ ଯୁବକ । ଖାସ୍‌ କରି ଉପକୂଳ ଓଡ଼ିଶାର ଅନେକ ଯୁବନେତାମାନେ ଏହି ସମାବେଶରେ ଏକାଠି ହେବେ । ଓଡ଼ିଶାର ଭବିଷ୍ୟତ ନେଇ ଆଲୋଚନା କରାଯିବ । ପରବର୍ତ୍ତୀ ସମୟରେ ମହିଳା ସମ୍ମିଳନୀ ହେବ ଆମେ ଚାଷୀଙ୍କୁ ଭେଟିବୁ ବୋଲି ମୋକିମ୍‌ କହିଛନ୍ତି ।