ଡାଇରିଆ: ଦୟାନଦୀ ପାଣି ବିଷାକ୍ତ ହୋଇଥିବାରୁ ବ୍ୟବହାର ନ କରିବାକୁ ପରାମର୍ଶ

ପୁରୀ ଜିଲ୍ଲା କଣାସରେ ବେକାବୁ ଡାଇରିଆ। ବେସରକାରୀ ଭାବେ ବର୍ତ୍ତମାନ ସୁଦ୍ଧା ୩ରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାତିରେ ଘଣ୍ଟ ବଜାଇ ଗାଁଲୋକଙ୍କୁ ସତର୍କ କରାଯାଇଛି । ଦୟା ନଦୀ ପାଣି ବିଷାକ୍ତ ହୋଇଥିବାରୁ ବିପଦ । ତେଣୁ ଏହି ପାଣିକୁ ବ୍ୟବହାର କରନ୍ତୁ ନାହିଁ ବୋଲି ଘଣ୍ଟ ବଜାଇ ସତର୍କ କରାଯାଇଛି। ଦୟାନଦୀର ତଳିଆ ଅଞ୍ଚଳ ଜାଗୁଳାଇପଦର, ନୂଆ ଗାଁ ଗଡିଶାଗୋଦାରେ ଝାଡାବାନ୍ତି ବ୍ୟାପୁଛି । ଦୁଇ ଦିନ ହେବ ଦୟାନଦୀ ଉପରମୁଣ୍ଡ ଅଞ୍ଚଳର ଦୋକନ୍ଦା ପଞ୍ଚାୟତ ସ୍ଥିତ ନୂଆଦୋକନ୍ଦା ଗାଁରେ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏବେ ସୁଦ୍ଧା ୧୫ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଭୁବନେଶ୍ବର ଓ ପୁରୀରେ ଚିକିତ୍ସିତ ହେଉଛନ୍ତି।