"ରାଜ୍ୟରେ ହେବ ୩ ଆୟୁଷ ଚିକିତ୍ସାଳୟ'
ଭୁବନେଶ୍ୱର : ଆୟୁଷ ଚିକିସôାର ଉନ୍ନତି ପାଇଁ ରାଜ୍ୟ ସରକାର ଢେଙ୍କାନାଳ, ବ୍ରହ୍ମପୁର ଓ ବାଲେଶ୍ୱର ଠାରେ ତିନୋଟି ସମନ୍ୱିତ ଆୟୁଷ ଚିକିସôାଳୟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେହିପରି ଡଃ ଅଭିନଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜରେ ହୋମିଓପାଥି ଗବେଷଣା ଓ ବିଶ୍ଳେଷଣ ବିଭାଗ ଖୋଲାଯିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଆଜି ଭୁବନେଶ୍ୱର ସ୍ଥିତ ଡଃ ଅଭିନଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲର ଛାତ୍ର ସଂସଦର ବାର୍ଷିକ ଉସôବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସେଠାରେ ଏକ ନୂତନ ଏମରଜେନ୍ସି ୟୁନିଟର ଶିଳାନ୍ୟାସ କରିବା ସହିତ କଲେଜ୍ରେ ଏକ ହୋମିଓପାଥି ଗବେଷଣା ଓ ବିଶ୍ଳେଷଣ ବିଭାଗ ଖୋଲାଯିବ ବୋଲି ଘୋଷଣା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ରକ୍ତଦାନ ଶିବିରର ଉଦ୍ଘାଟନ ମଧ୍ୟ କରିଛନ୍ତି । ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଓଡିଶାରେ ହୋମିଓପାଥିକ୍ ଶିକ୍ଷାର ପ୍ରସାର ଓ ହୋମିଓପାଥିକ୍ ଚିକିସôାର ଲୋକପ୍ରିୟତା ବୃଦ୍ଧି ଦିଗରେ ଡଃ ଅଭିନଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲର ଅବଦାନ ଅତୁଳନୀୟ । ଦୀର୍ଘ ୫୬ ବର୍ଷ ଧରି ଏହା ଅବିରତ ଭାବେ ଶିକ୍ଷାର ପ୍ରସାର କରି ଚାଲିଛି ଏବଂ ଅନେକ ସୁନାମଧନ୍ୟ ଡାକ୍ତର ସୃଷ୍ଟି କରିଛି । ଏହି ମହାବିଦ୍ୟାଳୟର ଏକ ବିଶେଷତ୍ୱ ହେଉଛିଯେ, ଏହା ହୋମିଓପାଥିକ ଔଷଧ ତିଆରି କାରଖାନା ପରିଚାଳନା କରୁଛି । ଏଠାରୁ ପ୍ରସ୍ତୁତ ଔଷଧ ବିଭିନ୍ନ ହସ୍ପିଟାଲକୁ ଯୋଗାଇ ଦିଆଯାଉଛି । ଏହା ନିଶ୍ଚିତ ଭାବେ ଖୁବ୍ ପ୍ରଶଂସାଯୋଗ୍ୟ ।
ରାଜ୍ୟରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ରାଜ୍ୟ ସରକାର କ୍ରମାଗତ ଭାବେ ଉଦ୍ୟମ କରିଚାଲିଛନ୍ତି । ଅନୁସନ୍ଧାନରୁ ଜଣାଯାଇଛିଯେ, ସାରା ଭାରତର ଆୟୁଷ ଅର୍ଥନୀତିର ପ୍ରାୟ ୧୫% ହୋମିଓପାଥିକ ଚିକିସôା ବ୍ୟବସ୍ଥା ଦ୍ୱାରା ପରିଚାଳିତ । ରାଜ୍ୟରେ ବର୍ତ୍ତମାନ ଏହି ମହାବିଦ୍ୟାଳୟକୁ ମିଶାଇ ୪ଟି ସରକାରୀ ହୋମିଓପାଥିକ୍ ମହାବିଦ୍ୟାଳୟ ଓ ଚିକିସôାଳୟ ଅଛି । ଏହାସହିତ ୫୬୨ ଟି ସରକାରୀ ହୋମିଓପାଥିକ୍ ଡାକ୍ତରଖାନା ମଧ୍ୟ ଅଛି ।
କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ କହିଥିଲେଯେ, ସ୍ୱାସ୍ଥ୍ୟ କ୍ଷେତ୍ରରେ ହୋମିଓପାଥିକ ଚିକିସôା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଡଃ ଅଭିନଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲର ଛାତ୍ରଛାତ୍ରୀମାନେ ଏହି ପ୍ରାମାଣିକ ଚିକିସôା ପଦ୍ଧତିକୁ ଆହୁରି ଜନାଭିମୁଖୀ କରିଛନ୍ତି । ଓଡିଶାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମିଳିତ ଡବଲ ଇଞ୍ଜିନ ସରକାର ଜୋରଦାର୍ ଉଦ୍ୟମ ଆରମ୍ଭ କରିଛନ୍ତି ।
ଉକô କାର୍ଯ୍ୟକ୍ରମରେ ବିଧାୟକ ବାବୁ ସିଂ, ସ୍ୱାସ୍ଥ୍ୟ ସଚିବ ଅଶ୍ୱଥି ଏସ, ପଦ୍ମଶ୍ରୀ ଡକ୍ଟର ଅଶୋକ ମହାପାତ୍ର, ମୁଖ୍ୟବକ୍ତା ଡକ୍ଟର ଏଲ୍ କେ ନନ୍ଦ ମଞ୍ଚାସୀନ ଥିବାବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ପୁଷ୍ପାଞ୍ଜଳି ପାତ୍ର ସ୍ୱାଗତ ଭାଷଣ ଦେଇଥିଲେ । ମହାବିଦ୍ୟାଳୟ ଛାତ୍ର ସଂସଦର ସଭାପତି ଲିପକ ମହାପାତ୍ର ବିବରଣୀ ପାଠ କରିଥିଲେ ଏବଂ ଛାତ୍ର ସଂସଦର ସାଧାରଣ ସମ୍ପାଦକ ସୌମ୍ୟ ଦର୍ଶନ ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।