ମଧୁମେହ ରୋଗୀ ଗୁଡ଼ ଖାଇବା ଶରୀର ପ୍ରତି କେତେ ଲାଭଦାୟକ?

ମଧୁମେହ ରୋଗୀ ଗୁଡ଼ ଖାଇବା ଶରୀର ପ୍ରତି କେତେ ଲାଭଦାୟକ?

ବର୍ତ୍ତମାନ ଘରେ ଘରେ ଡାଇବେଟିସ ରୋଗୀ  ।  ବୟସ୍କଙ୍କଠାରୁ ଆରମ୍ଭ କରି କମ୍ ବୟସର ଯୁବଗୋଷ୍ଠୀଙ୍କୁ ମଧ୍ୟ ଗ୍ରାସ କରୁଛି  ଏହି ରୋଗ । ପୂର୍ବରୁ ଟାଇପ୍ ୨ ମଧୁମେହ କେବଳ ୪୦ ବର୍ଷରୁ ଅଧିକ ବୟସ୍କ ଲୋକ ଆକ୍ରାନ୍ତ ହେଉଥିଲେ  । ହେଲେ ଆଜିକାଲି ଏହି ରୋଗ ୨୦ ରୁ ୩୦ ବର୍ଷ ବୟସ୍କ ମଧ୍ୟ ଆକ୍ରାନ୍ତ ହେଉଛନ୍ତି  । ତେବେ  ଅସ୍ୱାସ୍ଥ୍ୟକର ଜୀବନଶୈଳୀ, ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଅଭ୍ୟାସ ଏବଂ ବ୍ୟାୟାମର ନକରିବା ଏହି ରୋଗ ହେବାର କାରଣ  । ମଧୁମେହକୁ ନିୟନ୍ତ୍ରଣ କରିବା ପାଇଁ ବିଶେଷ ଭାବେ ଖାଦ୍ୟପେୟଠାରୁ ଆରମ୍ଭ କରି ଜୀବନଶୈଳୀରେ ଅନେକ ସତର୍କତା ଅବଲମ୍ବନ କରିବାକୁ ପଡିବ । ଏହି ରୋଗର ରୋଗୀଙ୍କ ପାଇଁ, ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଯଦି ମଧୁମେହ ରୋଗୀଙ୍କ ଶରୀରରେ ରକ୍ତରେ ଶର୍କରାର ସ୍ତର ବୃଦ୍ଧି ପାଏ, ତେବେ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ । ସାଧାରଣତଃ ମଧୁମେହ ରୋଗୀଙ୍କୁ ସାଧାରଣତଃ ଚିନି ଖାଇବାକୁ ବାରଣ କରାଯାଇଥିବାରୁ ସେମାନେ ଗୁଡ ଖାଇଥାନ୍ତି  ।

ତେବେ ଆସନ୍ତୁ ଜାଣିବା ମଧୁମେହ ରୋଗୀ ଗୁଡ ଖାଇବା କେତେ ସୁରକ୍ଷିତ । 
ଗୁଡ଼ ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ ଲାଭଦାୟକ  । କିନ୍ତୁ ମଧୁମେହ ରୋଗୀ ଏହାକୁ ସେବନ କରିବା ଭଲ ନୁହେଁ । ଗୁଡ଼ ଏବଂ ଚିନି ଉଭୟ ଆଖୁ ରସରୁ ତିଆରି ହୁଏ । ତେଣୁ ମଧୁମେହ ରୋଗୀଙ୍କ ପାଇଁ ଗୁଡ଼ ଖାଇବା ନିରାପଦ ନୁହେଁ । ଗୁଡ଼ ଖାଇବା ଦ୍ୱାରା ମଧ୍ୟ ଶର୍କରା ସ୍ତର ବୃଦ୍ଧି ପାଏ । ଯଦି ଆପଣଙ୍କର ମଧୁମେହ ପୀଡିତ ଓ ମିଠା ଖାଇବାକୁ ଇଚ୍ଛା ହୁଏ ତେବେ ଗୁଡ ବଦଳରେ ଏବଂ କନ୍ଦମୂଳ ଖାଇପାରିବେ । ତଥାପି, ମଧୁମେହ ରୋଗୀ ଏହାକୁ ଅତ୍ୟଧିକ ଖାଇବା ଭଲ ନୁହେଁ ।  ଗୁଡ଼କୁ ଚିନି ଅପେକ୍ଷା ସ୍ୱାସ୍ଥ୍ୟକର ବୋଲି ବିବେଚନା କରାଯାଏ  । ଏଥିରେ ଭିଟାମିନ ଓ ଖଣିଜ ସାର ଭଳି ଅନେକ ସ୍ୱାସ୍ଥ୍ୟବର୍ଦ୍ଧକ ଗୁଣ ରହିଥାଏ  । ଗୁଡରେ ଆଇରନ, କ୍ୟାଲସିୟମ, ପୋଟାସିୟମ ଓ ଆଣ୍ଟିଅକ୍ସିଡାଣ୍ଟ ଥାଏ, ଯାହା ଚିନିରେ ନଥାଏ  । ଚିନି ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥିବାରୁ ଗୁଡ ଏହାର ଏକ ସ୍ୱାସ୍ଥ୍ୟକର ବିକଳ୍ପ  । ଗୁଡ଼ ଖାଇବା ଦ୍ୱାରା ପାଚନ ଶକ୍ତି ବୃଦ୍ଧି ପାଏ । ଏହା ପେଟ ଗ୍ୟାସ୍, ଫୁଲିବା ଏବଂ ଅନ୍ୟାନ୍ୟ ପେଟ ସମସ୍ୟାକୁ ଦୂର କରେ । ଗୁଡ଼ ଖାଇବା ଦ୍ୱାରା ରକ୍ତ ମଧ୍ୟ ପରିଷ୍କାର ହୋଇଥାଏ  । ଗୁଡ଼ ଖାଇବା ଦ୍ୱାରା ଶରୀରର ଶକ୍ତି ମିଳିଥାଏ । ଗୁଡ଼ରେ ପୋଟାସିୟମ ନାମକ ଆଉ ଏକ ପୋଷକ ତତ୍ତ୍ୱ ଥିବାରୁ ଏହା ବ୍ଲଡ ପ୍ରେସରକୁ ନିୟନ୍ତ୍ରଣ କରେ ।