ରାତିରେ ଖାଦ୍ୟ ଖାଇବାର କେତେ ସମୟ ପରେ ଚାଲିବେ?

ରାତିରେ ଖାଦ୍ୟ ଖାଇବାର କେତେ ସମୟ ପରେ ଚାଲିବେ?

ରାତିରେ ଖାଦ୍ୟ ଖାଇବା ପରେ କିଛି ସମୟ ଚାଲିବା ଏକ ଉତ୍ତମ ଅଭ୍ୟାସ । ଏହି ଅଭ୍ୟାସ କେବଳ ପାଚନ ତନ୍ତ୍ରକୁ ସୁସ୍ଥ ରଖେ ତାହା ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ଏହା କୌଣସି ବରଦାନରୁ କମ୍‌ ନୁହେଁ । ତେବେ ଜାଣନ୍ତୁ ରାତିରେ ଖାଦ୍ୟ ଖାଇବାର କେତେ ସମୟ ପରେ ଚାଲିବା ଉଚିତ୍‌ ଓ କ’ଣ ରହିଛି ଏହାର ଉପକାରିତା..

ସାଧାରଣତଃ ରାତିରେ ଖାଦ୍ୟ ଖାଇବାର ୨୦ ମିନିଟ ପରେ ଚାଲିବା ଉଚିତ୍‌ । ୩୦ ମିନିଟ୍‌ ପରେ ମଧ୍ୟ ଚାଲି ପାରିବେ । ମାତ୍ର ୧ ଘଣ୍ଟା ମଧ୍ୟରେ ଚାଲିବା ସବୁଠାରୁ ଉତ୍ତମ ।ରାତିରେ କିଛି ସମୟ ଚାଲିବା ପାଚନ ତନ୍ତ୍ରକୁ ସକ୍ରିୟ କରିଥାଏ । ଏହାଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଥାଏ ।  କୋଷ୍ଠକାଠିନ୍ୟ ସହ ବଦହଜମି ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ । ରାତିରେ କିଛି ସମୟ ଚାଲିବା ଦ୍ୱାରା କ୍ୟାଲୋରୀ ହ୍ରାସ କରିଥାଏ । ଏହାଦ୍ୱାରା ମୋଟାପଣ ବୃଦ୍ଧି ହୋଇନଥାଏ । ମୋଟାପଣ ହ୍ରାସ ହେବାରେ ସହାୟକ ହୋଇଥାଏ । କିଛି ସମୟ ଚାଲିବା ଦ୍ୱାରା ରାତିରେ ଭଲ ନିଦ ହୋଇଥାଏ ।କିଛି ସମୟ ଚାଲିବା ଦ୍ୱାରା ମାନସିକ ଦୁଃଶ୍ଚିନ୍ତା ଦୂର ହୋଇଥାଏ । ମସ୍ତିଷ୍କ ଶାନ୍ତ ରହିଥାଏ । ମନକୁ ମଧ୍ୟ ଶାନ୍ତ ରଖିଥାଏ ।ନିୟମିତ ରୂପରେ ଚାଲିବା ଦ୍ୱାରା ହୃଦୟ ପାଇଁ ଖୁବ୍‌ ଲାଭଦାୟକ। ଏହା ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ। କୋଲେଷ୍ଟେରୋଲ୍‌ ସ୍ତର କମ୍‌ ହେବାରେ ସହାୟକ ହୋଇଥାଏ। ଫଳରେ ହୃଦୟ ସୁସ୍ଥ ରହିଥାଏ ।