ପାନୀୟ ଜଳ ପ୍ରକଳ୍ପ ଅଚଳ

ହିଞ୍ଜିଳିକାଟୁରୁ ବିଶ୍ୱମ୍ବର ସାହୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବସଟର୍ମିନାଲ ପରିସରରେ ୱାଟକୋ ତରଫରୁ ଜନସ୍ୱାସ୍ଥ୍ୟ ବିଭାଗ ଓ ମୁ୍ୟନିସିପାଲଟି ପକ୍ଷରୁ ମାର୍କେଟ କମ୍ଫ୍ଲେକ୍ସ ଠାରେ ନିର୍ମାଣ କରାଯାଇଥିବା ପାନୀୟ ଜଳ ହିଁ ଜୀବନ ପ୍ରକଳ୍ପ ଦୀର୍ଘଦିନ ହେଲା ଅଚଳ ହୋଇପଡିଛି । ଫଳରେ  ବସଯାତ୍ରୀ, ବଜାରବାସୀ ଓ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପ୍ରକାଶ ଯେ, ହିଞ୍ଜିଳିକାଟୁ ବସଟର୍ମିନାଲରେ ଦୈନିକ ୨୦୦ରୁ ଊଦ୍ଧ୍ୱର୍ ବସ, ଅଟୋ, କାର ସହ ହଜାର ହଜାର ସଂଖ୍ୟାରେ ଲୋକେ ନିର୍ଭରଶୀଳ ହୋଇଥାନ୍ତି । ବ୍ରହ୍ମପୁର, ଭଞ୍ଜନଗର, ଆସିକା, ଶେରଗଡ଼, କଙ୍କେରଡା ଆଦି ଅଞ୍ଚଳର ଲୋକେ ଏହି ବଜାର ଓ ବସ୍ଷ୍ଟୋଣ୍ଡ ଉପରେ ନିର୍ଭର କରନ୍ତି ।  ଦୈନିକ ବହୁ ସଂଖ୍ୟକ ଯାତ୍ରୀ ଏଠାରୁ  ବିଭିନ୍ନ ସ୍ଥାନକୁ ବସ୍ରେ ଯାଇଥାନ୍ତି । ଏହାକୁ ନଜରରେ ରଖି ଏକ ବର୍ଷ ବର୍ଷ ତଳେ ୱାଟକୋ ପକ୍ଷରୁ  ପାନୀୟ ଜଳ ପ୍ରକଳ୍ପ ସ୍ଥାପନ କରାଯାଇଥିଲା । ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ଏହି ପ୍ରକଳ୍ପ ଦୀର୍ଘଦିନ ହେଲା ଅଚଳ ହୋଇପଡିଛି । ଫଳରେ  ଟୋପେ ପାଣି ଲୋକଙ୍କୁ ମିଳିପାରୁ ନାହିଁ । ଜନସ୍ୱାସ୍ଥ୍ୟ ବିଭାଗ କିମ୍ବା ପୌରପରିଷଦ ପକ୍ଷରୁ ଏହାର ମରାମତି କରାଯାଉ ନ ଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏସମ୍ପର୍କରେ ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଯୁବୁଲି ଚରଣ ବେହେରା  କହିଛନ୍ତି, ଅଚଳ ପଡ଼ିଥିବା ପ୍ରକଳ୍ପ ବିଷୟରେ ଜାଣିନଥିବା କହିଛନ୍ତି ଖୁବ ଶୀଘ୍ର ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି । ମାଁକନକଦୁର୍ଗା ବୁଲାବିକାଳି ସଂଘ ସଭାପତି ବିଶ୍ୱମ୍ବର ସାହୁ, ସମ୍ପାଦକ ହରିହର ସାହୁ ଓ କୋଷାଧ୍ୟକ୍ଷ ନିଳାଞ୍ଚଳ ବେହେରା  କହିଛନ୍ତି, ଅନେକ ଦିନ ହେଲା ଏହି  ପାନୀୟ ଜଳ ପ୍ରକଳ୍ପ ଅଚଳ ପଡ଼ିଥିବାରୁ ବଜାରବାସୀ ହଇରାଣ ହେଉଛନ୍ତି । ମୁ୍ୟନିସିପାଲଟି କର୍ତ୍ତୃପକ୍ଷ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବା ଆବଶ୍ୟକ । ଅନ୍ୟପକ୍ଷରେ ହିଞ୍ଜିଳିକାଟୁ ଜନସ୍ୱାସ୍ଥ୍ୟ ବିଭାଗ ଯନ୍ତ୍ରୀ ଶ୍ରୀଧର ଦାସଙ୍କ ସହ ଯୋଗାଯୋଗ କରିବାରୁ ଡ୍ରିଙ୍କ ଫ୍ରମ ଟେପ ମିଶନରେ ୨୪ଘଣ୍ଟିଆ ଜଳ ଯୋଗଣ ନିମନ୍ତେ ନୂଆ ପାଇପ ଲାଇନ୍ରେ ଯୋଡାଯିବ ବୋଲି କହିଛନ୍ତି ।