ନିମ୍ନମାନର ରାସ୍ତା କାମ ଅଭିଯୋଗ
ାା ପ୍ରଭାନୁ୍ୟଜ୍ ।ା ଫୁଲବାଣୀ : ରାସ୍ତା ପାଲଟିଛି ମରଣଯନ୍ତା । ବାଲିଗୁଡା ବିଧାୟକଙ୍କ ଗାଁକୁ ଅର୍ଥାତ୍ ଡାମେରୀକିଆ ଛକ ଠାରୁ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ନିଜ ଗାଁ ସାଇନପଡ଼ାକୁ ସଂଯୋଗ କରୁଥିବା ରାସ୍ତା ଅତି ନିମ୍ନମାନର । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣଧିନ ରାସ୍ତା ଅତିନିମ୍ନ ମାନର ହୋଇଛି । ପୋଲ ପାର୍ଶ୍ୱରେ ମାଟିଖାଇ ଯାଇଛି । ଫଳରେ ବିପଦ ସଙ୍କୁଳ ଅବସ୍ଥାରେ ରାସ୍ତାଟି ପଡି ରହିଛି । ପୂର୍ବ ସରକାର ସମୟରେ ଏହି ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ ଏହି ରାସ୍ତା ଦେଇ ବିଧାୟକ ମହୋଦୟ ନିଜ ଗାଁକୁ ଯାତାୟତ କରୁଥିଲେ ମଧ୍ୟ ରାସ୍ତା ପ୍ରତି କେମିତି ନଜର ପଡୁନି ବୋଲି ଗ୍ରାମବାସୀ ଆଶଙ୍କା ବ୍ୟକ୍ତ କରିଛନ୍ତି । ନିଜ ସରକାର ସମୟରେ ବାଲିଗୁଡ଼ା ନିର୍ବାଚନମଣ୍ଡଳୀର ବିକାଶ କରି ପାରିଲେନି କିନ୍ତୁ ବର୍ତ୍ତମାନ ବିଜେପି ସରକାରରେ ଆଗକୁ ଆସି ବିରୋଧି ଦଳର ଭୂମିକା ନିଭାଇଛନ୍ତି ଏବଂ ବିକାଶ କରିବା ପାଇଁ ତତ୍ପରତା ଦେଖାଉଛନ୍ତି । ବାଲିଗୁଡା ନିର୍ବାଚନ ମଣ୍ଡଳୀର ଅନେକ ସମସ୍ୟା କଥା ବିଧାନସଭାରେ ପ୍ରଶ୍ନ କରୁଛନ୍ତି । ତେବେ ନିଜ ଗାଁ ସମସ୍ୟା ନିଜ ଅଞ୍ଚଳରେ ନିଜ ସରକାର ଅମଳରେ ହୋଇଥିବା ନିମ୍ନମାନର ରାସ୍ତା ଘାଟ ସମସ୍ୟା ପ୍ରତି ଶୁଭ ଦୃଷ୍ଟି ଦେଇ ବିଧାନସଭାରେ ପ୍ରଶ୍ନ କରିବାକୁ ଅଞ୍ଚଳବାସୀ ବିଧାୟକଙ୍କୁ ନିବେଦନ କରିଛନ୍ତି ।