ଜଗନ୍ନାଥ ଦର୍ଶନ କଲେ ଅଖିଳେଶ ଯାଦବ

ପୁରୀ :  ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଓ ତାଙ୍କ ପତ୍ନୀ ଡ଼ିମ୍ପଲ ଯାଦବ ବୁଧବାର ଦିନ ଶ୍ରୀମନ୍ଦିରକୁ ଆସି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି । 
ଦର୍ଶନ ସାରି ଶ୍ରୀମନ୍ଦିରକୁ ବାହାରିବା ବେଳେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଯାଉଛି । ମହାପ୍ରଭୁ ସମାଜ ଓ ଭାରତବର୍ଷର କଲ୍ୟାଣ କରନ୍ତୁ । ଆର୍ଥିକ ଓ ସାମାଜିକ ନ୍ୟାୟ ସ୍ୱରୂପ ଭାରତ ସବୁଠାରୁ ସୁଦୃଢ ଦେଶଭାବରେ ପରିଗଣିତ ହେଉ । ଦେଶର ଆଇନ କଡ଼ାକଡ଼ି ହେଉ । ନ୍ୟାୟ ପ୍ରତିଷ୍ଠା ହେଉ । ଦେଶରୁ ଯଥାଶୀଘ୍ର ଗରିବି, ବେକାରୀ, ବେରୋଜଗାରୀ ଦୂର ହେଉ ବୋଲି ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଛି । ପଶ୍ଚିମବଙ୍ଗରେ ଯେଭଳି ହିଂସାକାଣ୍ଡ ହୋଇଛି ଆଗକୁ ଆମ ଦେଶରେ ସେଭଳି ନହେବା ପାଇଁ ମହାପ୍ରଭୁଙ୍କୁ ଠାରେ ମୁଁ ପ୍ରାର୍ଥନା କରିଛି ।