ନିରପେକ୍ଷ ନିର୍ବାଚନ ପାଇଁ ୧୭ ହଜାର ପୁଲିସ ଫୋର୍ସ ନିୟୋଜିତ
ଭୁବନେଶ୍ବର: ରାଜ୍ୟରେ ନିର୍ବାଚନ ନେଇ ପୁଲିସ ଡିଜି ଅରୁଣ କୁମାର ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀରେ ପ୍ରସ୍ତୁତି ନେଇ ସୂଚନା ଦେଇଛନ୍ତି। ଆସନ୍ତାକାଲି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୪ ଲୋକସଭା ଓ ୨୮ଟି ବିଧାନସଭା ପାଇଁ ମତଦାନ ହେବ। ୭୨୯୮ବୁଥ୍, ୬୨୮୨ ଲୋକେସନରେ ରହିଛି। ସେ କହିଛନ୍ତି, ନିରପେକ୍ଷ ନିର୍ବାଚନ ପାଇଁ ୧୭ ହଜାର ପୁଲିସ ଫୋର୍ସ ନିୟୋଜିତ ହୋଇଥିବା ବେଳେ ୧୦୭ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ନିୟୋଜିତ ହୋଇଛନ୍ତି। ସେହିପରି ୬୬ ପ୍ଲାଟୁନ ଓଡ଼ିଶା ପୁଲିସ ଆର୍ମ ପୁଲିସ ନିୟୋଜିତ ହେବେ। ୬ଶହ ମୋବାଇଲ ପାଟ୍ରୋଲିଂ ପାର୍ଟିଙ୍କୁ ନିୟୋଜିତ କରାଯାଇଛି। ୧୦ରୁ ୧୨ଟି ବୁଥକୁ ଗୋଟିଏ ମୋବାଇଲ ପାର୍ଟି କଭର କରିବ। ୫୧ଟି ଇଣ୍ଟର ଷ୍ଟେଟ ବୋର୍ଡର ସୀମା ସିଲ କରାଯାଇଛି। ସିସିଟିଭି ଜରିଆରେ ନଜର ରଖା ଯାଇଛି। ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳରେ ୫୦ଟି ଚେକ ପୋଷ୍ଟ କରାଯାଇଛି। ଏଣେ ୨୧୦ଟି ଫ୍ଲାଇଂ ସ୍କୁଆଡ଼ ଟିମ ଅଛନ୍ତି। ୧୯୫ଟି ଷ୍ଟାଟିଙ୍ଗ ସର୍ଭିଲାନ୍ସ ଟିମ ଅଛନ୍ତି। ୧୫ଟି ଇଭିଏମ୍ ଷ୍ଟ୍ରଙ୍ଗ ରୁମ ଅଛି। ଷ୍ଟ୍ରଙ୍ଗ ରୁମ ସୁରକ୍ଷାରେ ଏକ ପ୍ଲାଟୁନ୍ ଅର୍ଦ୍ଧ ସାମରିକ ଵାହିନୀ ନିୟୋଜିତ ହେବେ। ବାହ୍ୟ ସୁରକ୍ଷା ପାଇଁ ଗୋଟିଏ ପ୍ଲାଟୁନ ଓଡ଼ିଶା ପୁଲିସ ଫୋର୍ସ ନିୟୋଜିତ ହେବେ।