ବୁଥ କ୍ୟାପ୍‌ଚରିଂ ଅଭିଯୋଗ ଆଣିଲେ ଅରିନ୍ଦମ

ସାଲେପୁର :କେନ୍ଦ୍ରାପଡ଼ା ଲୋକସଭା ଅଧିନ ସାଲେପୁର ଲୁଣାହାର ବୁଥରେ ବୁଥ କ୍ୟାପ୍‌ଚରିଂ କରାଯାଉଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆଣିଛନ୍ତି ବିଜେପିର ସାଲେପୁର ବିଧାନସଭା ପ୍ରାର୍ଥୀ ଅରିନ୍ଦମ ରାୟ।
ସେ କହିଛନ୍ତି, ବୁଥ ଭିତରେ ୮ରୁ ୧୦ ଯୁବକ ପଶି ମହିଳାମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଚିହ୍ନରେ ଭୋଟ ଦେବାକୁ କହୁଛନ୍ତି। ଏନେଇ ମୁଁ ପୋଲିଂ ଅଫିସରଙ୍କୁ ପଚାରିଲି। ସେମାନେ ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ। ମୁଁ ଏନେଇ ଆପତ୍ତି ଉଠାଇବାରୁ ପରେ ବିଜେଡିର କିଛି ଯୁବକ ଆସି ପାଟିତୁଣ୍ଡ କରିବା ସହ ହୋହଲ୍ଲା କରିଥିଲେ। ବିଜେଡିର ଗୁଣ୍ଡାମାନେ ବୁଥ ଭିତରେ ଓ ବାହାରେ ଜଗି ରହିଛନ୍ତି। ଏନେଇ ମୁଁ ଜିଲ୍ଲାପାଳଙ୍କୁ ଅବଗତ କରିବି ଓ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରିବି ବୋଲି କହିଛନ୍ତି ଅରିନ୍ଦମ ରାୟ। ତେବେ ଏନେଇ ବିଜେଡିର କିମ୍ବା ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।