୩୯ ଆସନର ଆଶାୟୀଙ୍କ ଛାତି ଧଡ଼ଧଡ

ଭୁବନେଶ୍ୱରରୁ ରାମଚଣ୍ଡୀ ପ୍ରସାଦ ରଣସିଂହ
ବିଜେଡ଼ି ଟିକଟ ଗଣିତ ନେତା ଓ କର୍ମୀମାନେ ଠଉରାଇ ପାରୁନାହାନ୍ତି । ଯେଉଁ ନେତାଙ୍କର ଟିକେଟ ନିଶ୍ଚିତ କଟିଯିବ ବୋଲି ମନେ କରାଯାଉଥିଲା ସେମାନେ ଟିକେଟ ପାଇଛନ୍ତି । ଏମିତିକି ସୋର ଶବ୍ଦ ନଥିବା ନେତାମାନଙ୍କୁ ମଧ୍ୟ ଟିକେଟ ମିଳିଯାଇଛି । ୨୦୧୪ରେ ନବୀନ ୭୩ ପ୍ରାର୍ଥୀଙ୍କ ଟିକେଟ କାଟିଦେଇଥିଲେ । ୨୦୧୯ରେ ବି ୭୯ ଜଣଙ୍କର ଟିକେଟ ଘୋରି ହୋଇଯାଇଥିଲା । ଏଯାଏଁ ୩ ଦଫାରେ ୪୬ ପ୍ରାର୍ଥୀ ବଦଳି ଯାଇଛନ୍ତି । ଆଗକୁ ଆହୁରି ୩୯ ଆସନର ଘୋଷଣା ବାକି ରହିଛି । ପ୍ରଥମ ଦଫାରେ ୭୨ରୁ ୨୩ ଆସନରେ ପ୍ରାର୍ଥୀ ବଦଳିଥିବାବେଳେ ଦ୍ୱିତୀୟ ଦଫାରେ ୨୭ରୁ ୧୭ ପ୍ରାର୍ଥୀ ବଦଳାଯାଇଛି । ତୃତୀୟ ଦଫାରେ ୯ରୁ ୬ ଆସନରେ ପ୍ରାର୍ଥୀ ବଦଳି ସାରିଛନ୍ତି । ଫଳରେ ଆଗାମୀ ଦିନରେ ବହୁ ପ୍ରାର୍ଥୀ ବଦଳିବାର ଆଶଙ୍କା ରହିଛି । ଯାହାକୁ ନେଇ ଆଶାୟୀଙ୍କ ହୃତସ୍ପନ୍ଦନ ବଢ଼ିବାରେ ଲାଗିଛି । ସେପଟେ ପତିଆରା ଲଢ଼େଇ ମଧ୍ୟ ଚାଲିଛି ।
୨୦୧୪ରେ ବିଜେପୁର, ବ୍ରଜରାଜନଗର, ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରାଜଗାଙ୍ଗପୁର, ବଣାଇ, କୁଚିଣ୍ଡା, ରେଙ୍ଗାଲୀ, ସମ୍ବଲପୁର, ରେଢ଼ାଖୋଲ, ଦେବଗଡ଼, ତେଲକୋଇ, ଆନନ୍ଦପୁର, କେନ୍ଦୁଝର, ଚମ୍ପୁଆ, ଯଶୀପୁର, ସାରସକଣା, ରାଇରଙ୍ଗପୁର ଓ ବାଙ୍ଗିରୀପୋଷୀରେ ପ୍ରାର୍ଥୀ ବଦଳିଥିଲେ । ସେହିପରି ଉଦଳା, ବଡ଼ସାହି, ଜଳେଶ୍ୱର, ବସ୍ତା, ନୀଳଗିରି, ସୋରୋ, ସିମୁଳିଆ, ଧାମନଗର, ଚାନ୍ଦବାଲି, ବଡ଼ଚଣା, ଧର୍ମଶାଳା, କୋରେଇ, ସୁକିନ୍ଦା, ଢେଙ୍କାନାଳ, ହିନେ୍ଦାଳ, ପାଳଲହଡ଼ା, ତାଳଚେର, ଛେଣ୍ଡିପଦା, ଲୋଇସିଂହା, ଟିଟିଲାଗଡ଼ରେ ବି ପ୍ରାର୍ଥୀଙ୍କୁ ବଦଳା ଯାଇଥିଲା । ଅପରପକ୍ଷରେ ଖରିଆର, ଉମରକୋଟ, ଜୁନାଗଡ଼, ଭବାନୀପାଟଣା, ନର୍ଲା, ବାଲିଗୁଡ଼ିା, ଜି. ଉଦୟଗିରି, ଫୁଲବାଣୀ, କଂଟାମାଳ, କଟକ-ସଦର, ସାଲେପୁର, କେନ୍ଦ୍ରାପଡ଼ା, ରାଜନଗର, ତିର୍ତୋଲ, କାକଟପୁର, ସତ୍ୟବାଦୀ, ଜୟଦେବ, ଭୁବନେଶ୍ୱର ଉତର, ଜଟଣୀ, ବେଗୁନିଆ, ଖୋର୍ଦ୍ଧା, ରଣପୁର, ଖଣ୍ଡପଡ଼ା, ଦଶପଲ୍ଲା, ପୋଲସରା, ଛତ୍ରପୁର, ସାନଖେମୁଣ୍ଡି, ମୋହନା, ଗୁଣୁପୁର, ଲକ୍ଷ୍ମୀପୁର, କୋଟପାଡ଼, କୋରାପୁଟ ଓ ମାଲକାନାଗିରିରେ ବି ଦଳ ନୂଆ ପ୍ରାର୍ଥୀଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲା ।
୨୦୧୯ରେ ବି ଅଧାରୁ ଅଧିକ ଆସନରେ ବିଜେଡ଼ି ନୂଆ ପ୍ରାର୍ଥୀ ଦେଇ ସଫଳ ହୋଇଥିଲା । ଗତ ନିର୍ବାଚନରେ ବିଜେପୁର, ବ୍ରଜରାଜନଗର, ଝାରସୁଗୁଡ଼ା, ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ବଣାଇ, କୁଚିଣ୍ଡା, ରେଙ୍ଗାଲୀ, ଦେବଗଡ଼, ତେଲକୋଇ, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ, ଯଶୀପୁର, ସାରସକଣା, ରାଇରଙ୍ଗପୁର, କରଞ୍ଜିଆ, ଉଦଳା, ବଡ଼ସାହି, ବାରିପଦା, ମୋରଡ଼ା, ରେମୁଣା, ଭଦ୍ରକ, ବାସୁଦେବପୁର, ଧାମନଗର, ବରି, କୋରେଇ, ଢେଙ୍କାନାଳ, ପାଳଲହଡ଼ା, ଆଠମଲ୍ଲିକ, ଲୋଇସିଂହା, ପାଟଣାଗଡ଼, ବଲାଙ୍ଗୀର, କଂଟାବାଞ୍ଝô, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, ଲାଞ୍ଜିଗଡ଼ରେ ବିଜେଡ଼ି ପ୍ରାର୍ଥୀ ବଦଳାଇ ଦେଇଥିଲା । ସେହିପରି ଧର୍ମଗଡ଼, ଭବାନୀପାଟଣା, ନର୍ଲା, ବାଲିଗୁଡ଼ା, ଜି.ଉଦୟଗିରି, ଫୁଲବାଣୀ, ବାଙ୍କୀ, ଚୌଦ୍ୱାର କଟକ, କେନ୍ଦ୍ରାପଡ଼ା, ପାରାଦୀପ, ତିର୍ତୋଲ, ବାଲିକୁଦା-ଏରସମା, ଜଗତସିଂହପୁର, କାକଟପୁର, ସତ୍ୟବାଦୀ, ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତରରେ ବି ନୂଆ ପ୍ରାର୍ଥୀ ଦେଇଥିଲା ବିଜୁ ଜନତା ଦଳ । ଏହାଛଡ଼ା ଜଟଣୀ, ବେଗୁନିଆ, ଖୋର୍ଦ୍ଧା, ଚିଲିକା, ରଣପୁର, ଖଣ୍ଡପଡ଼ା, ଦଶପଲ୍ଲା, କବିସୂର୍ଯ୍ୟନଗର, ଖଲିକୋଟ, ଛତ୍ରପୁର, ଆସ୍କା, ବ୍ରହ୍ମପୁର, ମୋହନା, ପାରଳାଖେମୁଣ୍ଡି, ଗୁଣୁପୁର, ଲକ୍ଷ୍ମୀପୁର, କୋଟପାଡ଼, କୋରାପୁଟ, ପଟାଙ୍ଗୀ, ମାଲକାନାଗିରି ଓ ଚିତ୍ରକୋଣ୍ଡାରେ ଦଳ ନୂଆ ପ୍ରାର୍ଥୀଙ୍କୁ ଦେଇ ସଫଳତା ମଧ୍ୟ ହାସଲ କରିଥିଲା । ୨୦୨୪ରେ ମଧ୍ୟ ନବୀନ ଅନୁରୂପ ରଣନୀତି କରିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ପ୍ରଥମ ଦଫାରେ ୭୨ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲେବି ମାତ୍ର ୨୩ ଆସନରେ ପ୍ରାର୍ଥୀ ବଦଳିଥିଲେ । ଅର୍ଥାତ୍ ଏକ ତୃତୀୟାଂଶ ସ୍ଥାନରେ ଦଳ ପ୍ରାର୍ଥୀ ବଦଳାଇଥିଲା । ଯାହାକୁ ନେଇ ପୁରୁଣା ନେତାମାନେ ଉତ୍ସାହିତ ହୋଇଯାଇଥିଲେ । ରାୟଗଡ଼ା, ବସ୍ତା, ଭଣ୍ଡାରୀପୋଖରୀ, ଭଦ୍ରକ, ଧାମନଗର, ଯାଜପୁର, ଲୋଇସିଂହା, ବଲାଙ୍ଗୀର, ଉମରକୋଟ, ଝରିଗାଁ, ନବରଙ୍ଗପୁର, ଧର୍ମଗଡ଼, ଭବାନୀପାଟଣା, ପାଟକୁରା, ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ସୋରଡ଼ା, ଗୋପାଳପୁର, ଦିଗପହଣ୍ଡି, ଚିକିଟି, କୋଟପାଡ଼ ଓ ମାଲକାନାଗିରିରେ ପ୍ରାର୍ଥୀ ବଦଳା ଯାଇଛି । ତେବେ ଦ୍ୱିତୀୟ ଦଫାରେ ୨୭ରୁ ୧୭ ସ୍ଥାନରେ ପ୍ରାର୍ଥୀ ବଦଳିଥିଲେ । ଅର୍ଥାତ ଅଧାରୁ ଅଧିକ ସ୍ଥାନରେ ପ୍ରାର୍ଥୀ ବଦଳିଥିଲେ । ତଳସରା, ରାଜଗାଙ୍ଗପୁର, ବଣାଇ, ଯଶୀପୁର, ବାରିପଦା, ବଡ଼ସାହି, ମୋରଡ଼ା, ସୋରୋ, ପାରଳାଖେମୁଣ୍ଡି, ମୋହନା, ପଟାଙ୍ଗୀ, ଖରିଆର, ମାହାଙ୍ଗା, ତିର୍ତୋଲ, ଫୁଲବାଣୀ, ଆଠମଲ୍ଲିକ ଓ ବ୍ରହ୍ମପୁରରେ ବିଜେଡ଼ି ନୂଆ ପ୍ରାର୍ଥୀ ଦେଇଛି । କିନ୍ତୁ ଆଜି ନବୀନ ଯେଉଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ତାହା ସମସ୍ତ ଆଶାୟୀଙ୍କ ଟେନସନ ବଢ଼ାଇ ଦେଇଛି । ଆଜି ୯ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିବାବେଳେ ୬ ଆସନରେ ପ୍ରାର୍ଥୀ ବଦଳିଛନ୍ତି । ଅର୍ଥାତ ଦୁଇ ତୃତୀୟାଂଶ ସ୍ଥାନରେ ପ୍ରାର୍ଥୀ ବଦଳାଇ ଦେଇଛନ୍ତି ବିଜେଡ଼ି ସୁପ୍ରିମୋ । କେନ୍ଦୁଝର, ବୀରମିତ୍ରପୁର, ବାରବାଟୀ-କଟକ, ଜୟଦେବ, ରାଇରଙ୍ଗପୁର ଓ ରେଙ୍ଗାଲୀରେ ନୂଆ ପ୍ରାର୍ଥୀ ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି । ଏବେ ସୁଦ୍ଧା ତିନି ଦଫାରେ ୧୦୮ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିବାବେଳେ ଆହୁରି ୩୯ ଆସନରେ ଦଳ ପ୍ରାର୍ଥୀ ଘୋଷଣା କରିପାରିନାହିଁ । ସେହିସବୁ ସ୍ଥାନକୁ ନେଇ ଅଙ୍କ ଛିଣ୍ଡୁନଥିବାରୁ ପ୍ରାର୍ଥୀଙ୍କ ନାମ ଘୋଷଣା ବିଳମ୍ବିତ ହୋଇଚାଲିଛି । ଫଳରେ ଆଗାମୀ ପର୍ଯ୍ୟାୟରେ ନବୀନ ଅନେକ ସ୍ଥାନରେ ପ୍ରାର୍ଥୀ ବଦଳାଇଲେ ଆଶ୍ଚର୍ଯ୍ୟ ହେବାର ନାହିଁ । ଏବେବି ପଦ୍ମପୁର, ରଘୁନାଥପଲ୍ଲୀ, କୁଚିଣ୍ଡା, ସମ୍ବଲପୁର, ରେଢ଼ାଖୋଲ, ଦେବଗଡ଼, ତେଲକୋଇ, ଆନନ୍ଦପୁର, ଚମ୍ପୁଆ, ସାରସକଣା, ବାଙ୍ଗିରିପୋଷୀ, କରଞ୍ଜିଆ, ଭୋଗରାଇ, ରେମୁଣା, ସୋରୋ, ସିମୁଳିଆ, ବରି, ବଡ଼ଚଣା, କୋରେଇ, ହିନେ୍ଦାଳ, ତାଳଚେର, ଅନୁଗୁଳ, କଂଟାବାଞ୍ଝି, ନର୍ଲା, ବାଲିଗୁଡ଼ା, କେନ୍ଦ୍ରାପଡ଼ା, ପାରାଦୀପ, ବାଲିକୁଦା ଏରସମା, କାକଟପୁର, ନିମାପଡ଼ା, ଭୁବନେଶ୍ୱର ମଧ୍ୟ, ବେଗୁନିଆ, ଖୋର୍ଦ୍ଧା, ଚିଲିକା, ଖଣ୍ଡପଡ଼ା, ଖଲିକୋଟ, ଲକ୍ଷ୍ମୀପୁର, ଜୟପୁର ଓ ଚିତ୍ରକୋଣ୍ଡାରେ ବିଜେଡ଼ି ଅଙ୍କକଷା ଜାରି ରଖିଛି ।