ଓଡ଼ିଶା ମାନଚିତ୍ରରେ ନାହିଁ ‘ମାଛକୁଣ୍ଡ ନଦୀ’ ଉଦବେଗ ପ୍ରକାଶ କଲେ ଧର୍ମେନ୍ଦ୍ର
ଭୁବନେଶ୍ୱର :ଆନ୍ଧ୍ର-ଓଡ଼ିଶାର ସୀମା ନିର୍ଦ୍ଧାରଣ କରୁଥିବା ମାଛକୁଣ୍ଡ ନଦୀ ଓଡ଼ିଶାର ରାଜସ୍ୱ ମାନଚିତ୍ରରେ ନଥିବା ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତିଯେ, ଆନ୍ଧ୍ର-ଓଡ଼ିଶାର ସୀମା ନିର୍ଦ୍ଧାରଣ କରୁଥିବା ମାଛକୁଣ୍ଡ ନଦୀ କୋରାପୁଟର ଜୀବନରେଖା ଓ ଆମର ଅସ୍ମିତା । ଏହା ଓଡ଼ିଶାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାରୁ ମାଛକୁଣ୍ଡ ନଦୀର ଗୁରୁତ୍ୱ ଅଧିକ ଓ ବେଶ୍ ପ୍ରାସଙ୍ଗିକ । ତେବେ ଓଡ଼ିଶାର ରାଜସ୍ୱ ମାନଚିତ୍ରରେ ଏହି ନଦୀ ନଥିବା ଖବରକାଗଜରୁ ଜାଣି ମୁଁ ଚିନ୍ତିତ, ଯାହା ଓଡିଆଙ୍କ ପାଇଁ ଗମ୍ଭୀର ବିଷୟ ବୋଲି ସେ କହିଛନ୍ତି ।
ପଡୋଶୀ ରାଜ୍ୟ ତରଫରୁ ଓଡିଶାରେ ଅନୁପ୍ରବେଶ ଲାଗି ରହିଥିବାବେଳେ ଏପରି ଖବର ଓଡ଼ିଶାବାସୀଙ୍କୁ ମର୍ମାହତ କରିଛି ।