ନିଲମ୍ବନ ପରେ ପାଣ୍ଡିଆନଙ୍କୁ ଶ୍ରୀମୟୀଙ୍କ ନିଶାନା : ‘ଅଣଓଡ଼ିଆଙ୍କ ପ୍ରରୋଚନାରେ ଓଡ଼ିଆ ଝିଅର ସମ୍ମାନ ସହ ଖେଳିଛନ୍ତି’
ଭୁବନେଶ୍ୱର: ଯାହା ଆଶା କରାଯାଉଥିଲା ସେଇଆ ହିଁ ହେଲା । ବିଜେଡ଼ିରୁ ନିଲମ୍ବିତ ହୋଇଛନ୍ତି ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ର । ତାଙ୍କ ସହ ମୟୂରଭଞ୍ଜ ଜିଲ୍ଲାର ଦୁଇ ବିଜେଡ଼ି ନେତା ସୁବାସ ଚନ୍ଦ୍ର ସାଏ ଓ ପ୍ରବୀର ଚନ୍ଦ୍ର ସାଏଙ୍କୁ ମଧ୍ୟ ଦଳରୁ ନିଲମ୍ବନ କରାଯାଇଛି । ଅପରପକ୍ଷରେ ନିଲମ୍ବନ ପରେ ପାଣ୍ଡିଆନଙ୍କ ବିରୋଧରେ ବର୍ଷିଛନ୍ତି ଶ୍ରୀମୟୀ । ସିଧାସିଧା କହିଛନ୍ତି ଅଣଓଡ଼ିଆ ପ୍ରରୋଚନାରେ ଓଡ଼ିଆ ଝିଅର ସମ୍ମାନ ସହ ଖେଳିଛନ୍ତି । ଅତଏବ ସେ ପାଣ୍ଡିଆନ ଓ ନବୀନଙ୍କୁ ଟାର୍ଗେଟ୍ କରିଛନ୍ତି । ନିଲମ୍ବନ ପରେ ଶ୍ରୀମୟୀ ନିଜ ସୋସିଆଲ ମିଡ଼ିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତିଯେ, ଆତ୍ମସମ୍ମାନ ଓ ସ୍ୱାଭିମାନ ସହ ସାଲିସ୍ କରିନାହିଁ କି କରିବି ନାହିଁ ମଧ୍ୟ । ଦୀର୍ଘ ଏକବର୍ଷ ଧରି ଯେଉଁ ଦଳରେ ନାହିଁ ଓ ନିଜର ସଦସ୍ୟତା ନବୀକରଣ କରିନାହିଁ,ସେ ଦଳ ମୋତେ ନିଲମ୍ବନ କରିବା ଜଗତେ କେବଳ ଜନେ ହସିବେ । ଜଣେ ଅଣ ଓଡ଼ିଆଙ୍କ ପ୍ରରୋଚନାରେ ଓଡିଶାକୁ ଦୀର୍ଘ ବର୍ଷ ଧରି ଶାସନ କରୁଥିବା ନେତା, ଜଣେ ଓଡ଼ିଆ ଝିଅର ସମ୍ମାନ ସହ ଖେଳିବା କେତେଦୂର ଠିକ୍ ବିଚାର ଆପଣମାନଙ୍କର । ମାଆକୁ ସମ୍ମାନର ଆହ୍ୱାନ ଦେଉଥିବା ଜଣେ ଜନନାୟକଙ୍କର ଦାୟାଦଯେ, ନିଜେ ନିଷ୍ପତ୍ତି ନେବାରେ ସକ୍ଷମ ନୁହଁ, ଆଜି ପ୍ରମାଣିତ କରିଦେଲେ ।
ସୂଚନାଯୋଗ୍ୟଯେ, ଗତ କିଛିଦିନ ଧରି ଶ୍ରୀମୟୀ ଫେସବୁକ୍ ପୋଷ୍ଟରେ ନବୀନ ଓ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରି ଆସୁଥିଲେ । କେବେ ଧ୍ରୁତରାଷ୍ଟ୍ର ଓ ଦୁର୍ଯେ୍ୟାଧନର କଥା ଉଠାଇଥିଲେ ତ ଆଉ କେବେ ଭଣ୍ଡ ସନ୍ନ୍ୟାସୀର କଥା ଉଠାଇଥିଲେ । ଯାହାକୁନେଇ ରାଜ୍ୟ ରାଜନୀତିରେ ବେଶ୍ ଆଲୋଡ଼ନ ସୃଷ୍ଟି ହୋଇଥିଲା ।