ଏଇ ମାସରେ ସରିବ ନିର୍ବାଚନ: ସରିବ ଜିଲ୍ଲା ସଭାପତି ନିର୍ବାଚନ 

 ଭୁବନେଶ୍ୱର  : ଚଳିତମାସ ଶେଷ ସୁଦ୍ଧା ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ ସଂପୂର୍ଣ୍ଣ ହେବ ବୋଲି ଆଜି ଶଙ୍ଖଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ନିର୍ବାଚନ ଅଧିକାରୀ ତଥା ବିରୋଧୀ ଦଳର ଉପମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବ ସୂଚନା ଦେଇଛନ୍ତି । ଦେବ କହିଛନ୍ତି, ୬ଟି ପର୍ଯ୍ୟାୟରେ ହେବାକୁ ଥିବା ଦଳର ସାଂଗଠିକ ନିର୍ବାଚନ ମଧ୍ୟରୁ ୩ୟ ପର୍ଯ୍ୟାୟ ନିର୍ବାଚନ ଶେଷହୋଇଛି । ୪ର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରକି୍ରୟା ନିମନ୍ତେ ଆଜି ୩୩ଟି ସାଂଗଠନିକ ଜିଲ୍ଲାର ନିର୍ବାଚନ ଅଧିକାରୀମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଖୁବଶୀଘ୍ର ଜିଲ୍ଲାସଭାପତି ଚୟନ କାର୍ଯ୍ୟସମାପ୍ତ ହେବ ।
ପରେ ୫ମ ପର୍ଯ୍ୟାୟରେ ରାଜ୍ୟ ପରିଷଦ ଓ ରାଜ୍ୟକାର୍ଯ୍ୟକାରୀକମିଟି ଗଠନ କରାଯାଇ ଦଳରସଭାପତି ନିର୍ବାଚନ କାର୍ଯ୍ୟସଂପୂର୍ଣ୍ଣହେବ ବୋଲି କହଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, ଗଣମାଧ୍ୟମ ମୁଖ୍ୟ ସଂଯୋଜକ ପ୍ରତାପ ଜେନା, କାର୍ଯ୍ୟକ୍ରମ ରୂପାୟନ କମିଟି ଅଧ୍ୟକ୍ଷ ସଂଜୟ କୁମାର ଦାସବର୍ମା, ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତରହି ସାଂଗଠନିକ ନିର୍ବାଚନ ଉପରେ ଆଲୋକପାତ କରିଥିଲେ ।