ଜାମ୍ମୁ-କାଶ୍ମୀରରେ ଶାହ : ସହିଦ ପରିବାରଙ୍କୁ ଅନୁକମ୍ପା ନିଯୁକ୍ତି ପତ୍ର ପ୍ରଦାନ

 ନୂଆଦିଲ୍ଲୀ:  କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ଜାମ୍ମୁ-କାଶ୍ମୀର ଗସ୍ତ କରି ସେଠାରେ ସହିଦ ପୁଲିସ କର୍ମଚାରୀଙ୍କ ପରିବାରକୁ ଭେଟି ତାଙ୍କ ପରିବାରରୁ ମନୋନୀତ ୯ ଜଣଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପତ୍ର ହସ୍ତାନ୍ତର କରିଛନ୍ତି । ଏହାସହ ସହିଦ ପୁଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସେମାନଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିଲେ । ସାଢେ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଜାମ୍ମୁ କାଶ୍ମୀର ଆତଙ୍କବାଦର ଭୟଙ୍କର ପ୍ରଭାବ ଭୋଗୁଥିବା ବେଳେ ଆମକୁ ସୁରକ୍ଷା ଦେବା ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ଆମର ସାହସୀ ପୁଲିସ କର୍ମଚାରୀଙ୍କ ବଳିଦାନ ପାଇଁ ଆମେ ଗର୍ବିତ ବୋଲି କହିଥିଲେ । ଆଜି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆତଙ୍କବାଦର ମୁକାବିଲା ଏବଂ ବିଚ୍ଛିନ୍ନତାବାଦୀ ବିଚାରଧାରାକୁ ସମାପ୍ତ କରିବାରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରାଯାଇଛି ବୋଲି ଶାହ ମତବ୍ୟକ୍ତ କରିଥିଲେ । ସମସ୍ତଙ୍କୁ ସହିଦଙ୍କ ଆଦର୍ଶ ଅନୁସରଣ କରିବା ଏବଂ କର୍ତ୍ତବ୍ୟ, ସମ୍ମାନ ଏବଂ ‘ଭାରତ' ପ୍ରତି ଚିରନ୍ତନ ପ୍ରେମ ରଖିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ଜାମ୍ମୁ-କାଶ୍ମୀରକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀଙ୍କ ଗସ୍ତ ଜାମ୍ମୁ-କାଶ୍ମୀରରେ ଶାନ୍ତି ଏବଂ ସମୃଦ୍ଧି ଆଣିବା ପାଇଁ ଭାରତ ସରକାରଙ୍କ ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ବିଶେଷ କରି ଭିତ୍ତିଭୂମି ବିକାଶ ଏବଂ ସୁରକ୍ଷା ପରିସ୍ଥିତିକୁ ମଜବୁତ କରିବା ପାଇଁ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଇତ୍ୟାଦି ।