‘ଧର୍ମନିରପେକ୍ଷ ପାଇଁ ୨୦୦୯ରେ ମେଣ୍ଟରୁ ଓହରିଥିଲୁ’, ସଂଖ୍ୟାଲଘୁଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ବିଜେଡି ପ୍ରତିଶ୍ରୁତିବଦ୍ଧ : ନବୀନ
ଭୁବନେଶ୍ୱର : ସଂଖ୍ୟାଲଘୁ ସମ୍ପ୍ରଦାୟର ଭାଇଭଉଣୀମାନେ ଅପରାହ୍ନରେ ନବୀନ ନିବାସରେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ୱାକଫ ବିଲ୍ ସମ୍ପର୍କରେ ଆଲୋଚନା କରିଥିଲେ । ଶ୍ରୀ ପଟ୍ଟନାୟକ ସମସ୍ତଙ୍କ କଥା ଶୁଣିଥିଲେ ଏବଂ କହିଥିଲେଯେ, ବିଜେଡ଼ି ସଂଖ୍ୟାଲଘୁ ଭାଇଭଉଣୀମାନଙ୍କ ସାଥିରେ ରହିଛି ଏବଂ ରହିଥିବ । ସେମାନଙ୍କ ଉନ୍ନତି ପାଇଁ ବିଜେଡି ସରକାର ଅନେକ କାମ କରିଛି । ଧର୍ମ ନିରପେକ୍ଷ ଆଦର୍ଶରେ ବିଜେଡି ଅଟଳ ରହିଛି । ଏହି ଆଦର୍ଶ ପାଇଁ ୨୦୦୯ରେ ବିଜେଡି ମେଣ୍ଟରୁ ବାହାରି ଯାଇଥିଲା । ତେଣୁ ସଂଖ୍ୟାଲଘୁମାନଙ୍କ ସ୍ୱାର୍ଥ ପାଇଁ ବିଜେଡି ତା’ର ଲଢେଇ ଜାରି ରଖିବ । ବିଜୁବାବୁ ସଂଖ୍ୟାଲଘୁଙ୍କ ସହ ଥିଲେ, ମୁଁ ମଧ୍ୟ ରହିଛି ।
ଏହି ସାକ୍ଷାତ ସମୟରେ ସାଂସଦ ମୁନ୍ନା ଖାଁ, ବିଜେଡିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର ଓ ସଞ୍ଜୟ ଦାସବର୍ମା ପ୍ରମୁଖ ଉପସ୍ଥିତ ଥିଲେ ।