ବିଚାରପତିଙ୍କୁ ସିଜେଆଇଙ୍କ ବାର୍ତ୍ତା, ସମ୍ବିଧାନ ପ୍ରତି ଅନୁଗତ ରୁହ
ବର୍ତ୍ତମାନ ଦେଶରେ ନିର୍ବାଚନ ଋତୁ ·ଲିଛି ।ହାତ ଗଣତି ଦିନ ପରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ଆରମ୍ଭ ହେବ । ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରତ୍ୟେକ ଭାରତୀୟ କୌଣସି ନା କୌଣସି ରାଜନୀତିକ ବି·ରଧାରା ପ୍ରତି ଆକୃଷ୍ଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଦେଶର ପ୍ରଧାନ ବି·ରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ସମସ୍ତ ବି·ରପତି ଓ ଓକିଲମାନଙ୍କୁ ବଡ଼ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ଆଇନଜୀବୀ ଓ ବି·ରପତିମାନେ କେବଳ ସମ୍ବିଧାନ ପ୍ରତି ଅନୁଗତ ରହିବା ଉଚିତ । ବି·ରପତିମାନେ ପକ୍ଷପାତ ନ କରି ନିଜର କାମ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି । ନାଗପୁର ହାଇକୋର୍ଟ ବାର୍ ଆସୋସିଏସନର ଶତବାର୍ଷିକୀ ଉତ୍ସବରେ ଜଷ୍ଟିସ୍ ଚନ୍ଦ୍ରଚୂଡ କହିଛନ୍ତି ଯେ ଆମ ଭଳି ଗୋଟିଏ ଜୀବନ୍ତ ଓ ଯୁକ୍ତିତର୍କ ଗଣତନ୍ତ୍ରରେ ଅଧିକାଂଶ ଲୋକ ଯେକୌଣସି ଗୋଟିଏ ରାଜନୀତିକ ବି·ରଧାରା ପ୍ରତି ଆକୃଷ୍ଟ ଥାଆନ୍ତି । ଆରିଷ୍ଟୋଟଲ କହିଥିଲେ ମଣିଷମାନେ ରାଜନୀତିକ ପ୍ରାଣୀ ଓ ଓକିଲମାନେ ମଧ୍ୟ ଏହାର ବ୍ୟତିକ୍ରମ ନୁହନ୍ତି । ବାରର ସଦସ୍ୟମାନେ କୋର୍ଟ ଓ ସମ୍ବିଧାନ ସହିତ କୌଣସି ପ୍ରକାରର ପକ୍ଷପାତିତା କରିବା ଉଚିତ ନୁହେଁ ।