ବିଜେଡିର ଭବିଷ୍ୟତ ଆକଳନ କଲେ ପ୍ରଭାତ

ବିଜେଡିର ଭବିଷ୍ୟତ ଆକଳନ କଲେ ପ୍ରଭାତ

 ବିଜେଡିର ଭବିଷ୍ୟତ ଆକଳନ କଲେ ପ୍ରଭାତ ତ୍ରିପାଠୀ । ୱାକଫ ବିଲକୁ ରାଜ୍ୟସଭାରେ ବିଜେଡି ସାଂସଦଙ୍କ ସମର୍ଥନ ପରେ ଏହାକୁ ନେଇ ବିଜେଡିରେ ହଟଚମଟ ଶେଷ ହେବାର ନାଁ ନେଉ ନାହିଁ । ସସ୍ମିତ ପାତ୍ରଙ୍କୁ ବିଲ୍ ସପକ୍ଷରେ ଭୋଟ୍‌ ଦେବାକୁ କିଏ କହିଥିଲେ, ତାହାକୁ ନେଇ ପ୍ରଶ୍ନ ଉଠିଛି । ଏହାରି ମଧ୍ୟରେ ବୁଧବାର ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରଭାତ ତ୍ରିପାଠୀ ଦଳରେ ନାହାନ୍ତି ବୋଲି କହିଥିଲେ । ଏହାପରେ ଆଜି ଗୁରୁବାର ତାଙ୍କ ଉପରେ ବର୍ଷିଛନ୍ତି ପ୍ରଭାତ ତ୍ରିପାଠୀ । ସେ କହିଛନ୍ତି, ’ମୋ ପ୍ରତି ଲୋକଙ୍କ ମନରେ ଘୃଣା ସୃଷ୍ଟି କରିବାକୁ ଏହା ଏକ ପ୍ରଚେଷ୍ଟା । ଜାଣିଶୁଣି ଭୁଲ ତଥ୍ୟ ଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନିଜ ଭାବମୂର୍ତ୍ତିକୁ କ୍ଷୁଣ୍ଣ ପାଇଁ ଚେଷ୍ଟା କରିଛି ତାଙ୍କ ଅଫିସ । କର୍ମୀମାନେ ଜାଣିବାକୁ ଚାହୁଁଛନ୍ତି କଣ ପାଇଁ ଏ ସ୍ଥିତି ହେଲା ।‘  

 ପ୍ରଭାତ ତ୍ରିପାଠୀ ଆହୁରି କହିଛନ୍ତି, ‘ଚିଟ୍‌ଫଣ୍ଡ୍‌ ମାମଲାରେ କୋର୍ଟଙ୍କ ନିଷ୍ପତ୍ତି ପୂର୍ବରୁ ସଭାପତି କହିବା ଠିକ୍ ନୁହେଁ । ମୁଁ ଦୋଷୀ ନୁହେଁ, ମୁଁ ଦୋଷୀ ହୋଇନାହିଁ । ନ୍ୟାୟାଳୟ ଯାହା ନିଷ୍ପତ୍ତି ନେବେ ଗ୍ରହଣ କରିବି । ଲୁଚିଛି ନା ଗୋଡ଼ ଦିଟା ଭଳି ନ୍ୟାୟ କଲେ ବିଜେଡିର ଭବିଷ୍ୟତ ଭଲ ନାହିଁ ବୋଲି ମୁଁ ଆକଳନ କରୁଛି । ସସ୍ମିତ ପାତ୍ରଙ୍କୁ ଭୋଟ ଦେବାକୁ କିଏ କହିଥିଲେ । ତାହା ସ୍ପଷ୍ଟ ହୋଇଗଲେ କୌଣସି ଇସ୍ୟୁ ରହି ନଥାନ୍ତା । ଏହା କ୍ଲିୟର କଲେନି ନବୀନ ପଟ୍ଟନାୟକ । ମିଛ କହି ନବୀନ ନିଜ ଭାବମୂର୍ତ୍ତି କ୍ଷୁଣ୍ଣ କରିବାକୁ ପଛଘୁଞ୍ଚା ଦେଇନାହାନ୍ତି । ମୁଖ୍ୟ ପ୍ରସଙ୍ଗକୁ ଲୁଚାଇବା ପାଇଁ ଏଭଳି କରାଯାଉଛି ।‘ ରାଜ୍ୟସଭାରେ ସସ୍ମିତ ପାତ୍ର କାହା ପ୍ରରୋଚନାରେ ୱାକଫକୁ ସମର୍ଥନ କଲେ ସେକଥା ଦଳର ସବୁ ନେତା ଜାଣିଥିଲେ ବି ପ୍ରକୃତ ସତ ଲୁଚାଇବାକୁ ସେ ଚକ୍ରାନ୍ତ କରିଛନ୍ତି । ମୋତେ ଲୋକଙ୍କ ଆଗରେ ଦୋଷୀ ସାବ୍ୟସ୍ତ କରିବାକୁ ଚେଷ୍ଟା କରୁଛନ୍ତି । ତାଛଡା ଗଣମାଧ୍ୟମରେ ମୁଁ ଯାହା କହିଛି ବୋଲି ଭାଇରାଲ ହେଉଛି ମୁଁ ତ କାହାକୁ କିଛି କହିନାହିଁ । କିଛି ବିଚାର ନକରି ମୋ ବିରୋଧରେ ଏଭଳି ମହାମିଥ୍ୟା କହିବା ଅନ୍ତତଃ ନବୀନ ପଟ୍ଟନାୟକଙ୍କ ଭଳି ଅଭିଜ୍ଞ ନେତାଙ୍କୁ ଆଦୌ ଶୋଭା ପାଏନି ବୋଲି ପ୍ରଭାତ କହିଛନ୍ତି ।