ଅଲଗା ପରେ ବି ଲିଭ ଇନ୍ ପାର୍ଟନର ପାଇବେ କ୍ଷତିପୂରଣ
ଭୋପାଳ : ଲିଭ ଇନରେ ରହି ପରେ ଅଲଗା ହୋଇଯାଉଥିବା ଘଟଣାରେ ମଧ୍ୟପ୍ରଦେଶ ହାଇକୋର୍ଟ ବଡ଼ ନିଦେ୍ର୍ଦଶ ଦେଇଛନ୍ତି । ଲିଭ ଇନରେ ଦୀର୍ଘ ବର୍ଷ ଧରି ରହୁଥିବା ମହିଳାଙ୍କ ଅଧିକାରକୁ ସୁନିଶ୍ଚିତ କରିବା ଦିଗରେ ହାଇକୋର୍ଟ ପଦକ୍ଷେପ ନେଇଛନ୍ତି । ଯଦି କୌଣସି ମହିଳା ନିର୍ଦ୍ଦିଷ୍ଟ ସମୟ ଧରି ଜଣେ ପୁରୁଷଙ୍କ ସହ ଲିଭ ଇନରେ ରହୁଛନ୍ତି, ତା'ହେଲେ ଅଲଗା ହେବା ପରେ ବି ମହିଳା ଜଣଙ୍କ ଭରଣପୋଷଣ ଖର୍ଚ୍ଚ ପାଇବାକୁ ହକଦାର । ସେମାନେ ଆଇନଗତ ଭାବେ ବିବାହ କରି ନଥିଲେ ମଧ୍ୟ ମହିଳାଙ୍କୁ କ୍ଷତିପୂରଣ ମିଳିପାରିବ ବୋଲି କୋର୍ଟ କହିଛନ୍ତି । ଟ୍ରାଏଲ କୋର୍ଟ ପ୍ରଥମେ ଜଣେ ବ୍ୟକ୍ତିଙ୍କ ବିରୋଧରେ ରାୟ ଦେଇଥିଲେ । ବ୍ୟକ୍ତି ଜଣଙ୍କ ଜଣେ ମହିଳାଙ୍କ ସହ ଲିଭ ଇନରେ ରହୁଥିଲେ । ଏହା ପରେ ଉଭୟ ଅଲଗା ହୋଇ ଯାଇଥିଲେ ।