ଧାନ ଜଗିଥିଲେ ବ୍ୟକ୍ତି, ମାରିଦେଲା ହାତୀ
କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ କୁଶକଳା ଗ୍ରାମରେ ଧାନ ଜଗିଥିବା ବେଳେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ କୁଶକଳା ଗ୍ରାମର ମହେଶ୍ୱର ମହାନ୍ତ (୬୮) । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ କୁଶକଳା ଗ୍ରାମର ମହେଶ୍ୱର ମହାନ୍ତ ଗାଁ ନିକଟସ୍ଥ ନିଜ ବିଲରେ ଧାନ ଜଗିଥିବା ବେଳେ ହାତୀପଲରୁ ଏକୁଟିଆ ବୁଲୁଥିବା ମାଈ ହାତୀଟି ଧାନ ବିଲରେ ପଶି ଯାଇଥିଲା।ହାତୀଟି ଧାନ ଫସଲ ନଷ୍ଟ କରୁଥିବା ଦେଖି ମଞ୍ଚା ଉପରୁ ତଳକୁ ଓହ୍ଲାଇ ଘଉଡାଉଥିବା ବେଳେ ହାତୀଟି ତାଙ୍କୁ ଦଳି ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ବନ ବିଭାଗ ଟିମ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡ଼ିକାଲ୍ କୁ ପଠାଇଛି। ବନ ବିଭାଗ ହାତୀଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରୁଛି।