ଉତ୍ତର ଓଡିଶାରେ ପ୍ରବଳ ବର୍ଷା

ଉତ୍ତର ଓଡିଶାରେ ପ୍ରବଳ ବର୍ଷା

ଭୁବନେଶ୍ୱର:  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା  ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତ ରୂପ ନେଇଛି । ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଉପରେ ରହିଛି । ଏହା ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ଆଡ଼କୁ ମୁହାଁଉଛି । 
ଏହାର ପ୍ରଭାବରେ  ରବିବାର ଉତ୍ତର ଓଡ଼ିଶାର ଅଧିକାଂଶ  ଓ ଦକ୍ଷିଣର ଅନେକ ଜାଗାରେ ବର୍ଷା ହୋଇପାରେ । ସୁନ୍ଦରଗଡ଼,  ଝାରସୁଗୁଡ଼ା ଓ ସମ୍ବଲପୁରରେ  ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା ଅଛି । ମୟୂରଭଞ୍ଜ, ବରଗଡ଼,  ସୋନପୁର, ଅନୁଗୁଳ, କେନ୍ଦୁଝର  ଓ ଦେବଗଡ଼ରେ ପ୍ରବଳ ବର୍ଷା  ହୋଇପାରେ। 
ସୋମବାର ଉତ୍ତର  ଆଭ୍ୟନ୍ତରୀଣ ଅଞ୍ଚଳରେ ଅଧିକ ବର୍ଷା  ହେବ । ସୁନ୍ଦରଗଡ଼ରେ ପ୍ରବଳ ବର୍ଷା  ଆଶଙ୍କା ଅଛି। ୧୭ ପରେ ରାଜ୍ୟରେ ବଡ଼ ଧରଣର ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।