ସ୍ବାସ୍ଥ୍ୟକେନ୍ଦ୍ରରୁ ସାଂଘାତିକ ଖବର: ମେଡିକାଲରେ ଏକ୍ସପାଏରୀ ମେଡିସିନ୍ !

ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗଛିତ ରହିଛି ପୁଳାପୁଳା ମେଡ଼ିସିନ ଏକ୍ସପାରି ମେଡିସିନ୍ । ୨୦୨୪ ଅଗଷ୍ଟ ମାସରୁ ମେଡ଼ିସିନର ବ୍ୟବହାର ସମୟ ସରିଗଲାଣି । ହେଲେ ସ୍ବାସ୍ଥ୍ୟକେନ୍ଦ୍ରରେ ଏହା ଜମା ରହିବାକୁ ନେଇ ଏବେ ପ୍ରଶ୍ନ ସୃଷ୍ଟି କରିଛି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଚିଲିକା ନୂଆପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଆସିଛି ଏଭଳି ଖବର। କେବଳ ବଟିକା ନୁହେଁ ଜୀବନ ରକ୍ଷାକାରୀ ସାଲାଇନ ଓ ଇଞ୍ଜେକସନର ମଧ୍ୟ ଡେଟ୍ ଗଲାଣି । ସ୍ବାସ୍ଥ୍ୟ କେନ୍ଦ୍ରକୁ ଶହଶହ ରୋଗୀ ଆସୁଛନ୍ତି ଆଉ ଜୀବନ ରକ୍ଷା ପାଇଁ ଏକ୍ସପାରି ମେଡ଼ିସିନ ନେଉଛନ୍ତି । ରୋଗୀଙ୍କ ଜୀବନ ସହ ଖେଳ ଖେଳାଯାଉଥିବା ଅଭିଯୋଗ ହୋଇଛି । ସ୍ବାସ୍ଥ୍ୟକେନ୍ଦ୍ର ଠାରୁ ନିରାମୟ କେନ୍ଦ୍ର ଯୁଆଡ଼େ ଦେଖିବ ଏକ୍ସପାରି ମେଡ଼ିସିନ୍ । ଏହାକୁ ନେଇ କୃଷ୍ଣପ୍ରସାଦ ଅଞ୍ଚଳବାସୀଙ୍କ ତୀବ୍ର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଯେଉଁ ଡାକ୍ତର ରୋଗୀଙ୍କ ଜୀବନ ସହ ଏପରି ଖେଳ ଖେଳୁଛନ୍ତି ସେମାନଙ୍କ ପ୍ରତି ସରକାର ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି ।