କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନର ବାର୍ଷିକ ଉତ୍ସବ

 ଭବାନୀପାଟଣା : ରାଜ୍ୟରେ ଯୋଉ ସରକାର ରୁହନ୍ତୁ ନାଁ କାହିକିଁ ସାମ୍ୱାଦିକ ମାନଙ୍କ ସ୍ୱାର୍ଥ ପାଇଁ, ହକ୍ ପାଇଁ ସାମ୍ୱାଦିକ ୟୁନିଅନ ତା'ର ସଂଗ୍ରାମ ଜାରି ରଖିବ ବୋଲି ଭବାନୀପାଟଣା ଟାଉନ ହଲ୍ ଠାରେ ଅନୁଷ୍ଠିତ ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ)ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ତଥା କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନର ୨୦ତମ ବାର୍ଷିକ ଉସôବରେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଛନ୍ତି । ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସାମ୍ୱାଦିକ ମାନଙ୍କ ବୀମା ରାଶିକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି, ସାମ୍ବାଦିକଙ୍କ ପେନସନ ଲାଗୁ, ଏକ୍ରିଡିଏସନ୍ କମିଟି ତିଆରି ପାଇଁ ସରକାରଙ୍କ ନିକଟରେ ଦାବୀ, ସାମ୍ୱାଦିକ ମାନଙ୍କ ସୁରକ୍ଷା ପାଇଁ ଦାବୀ ନେଇ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହାପରେ ୨୦ତମ ବାର୍ଷିକ ଉସôବ ଅନୁଷ୍ଠିତ ହୋଇଥିଲା ।
ମୁଖ୍ୟ ଅତିଥି ଭାବରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଯୋଗଦେଇ କହିଛନ୍ତି ସାମ୍ବାଦିକ ସମାଜକୁ ବଞ୍ଚାଇ ରଖିଛନ୍ତି କଂଗ୍ରେସ ସର୍ବଦା ସାଥିରେ ରହିଥିବା କହିଥିଲେ । ସ୍ୱତନ୍ତ୍ର ଅତିଥି ଭାବରେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି, ମୁଖ୍ୟ ବକ୍ତା ଭାବେ ଓଟିଭିର ପଶ୍ଚିମ ଓଡ଼ିଶା ବୁ୍ୟରୋ ଚିଫ୍ ମନୋରଞ୍ଜନ ଯୋଷୀ, ସମ୍ମାନୀତ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପନ୍ଦ୍ରସିଂ ଦେଓ ଯୋଗଦେଇଥିଲେ । ୫୩ ବର୍ଷର ସାମ୍ୱାଦିକ ୟୁନିଅନ୍ ପ୍ରତି ସବୁବେଳେ ରାଜ୍ୟ ସରକାର ଅବହେଳା କରି ଆସିଛନ୍ତି । ବିହାର ଭଳି ରାଜ୍ୟରେ ସାମ୍ୱାଦିକ ମାନଙ୍କ ସମସ୍ତ ଅଧିକାର ପୂରଣ କରାଯାଇଛି । ପେନସନ୍, ପ୍ରୋଟେକ୍ସନ୍ ଓ ଆକ୍ରିଡିଏସନ୍ ପାଇଁ ଆମେ ଦୀର୍ଘ ଦିନ ଧରି ସ୍ୱର ଉତ୍ତୋଳନ କରି ଆସୁଛୁ । ଆମର ସହିବାର ସୀମା ଟପି ଗଲାଣି । ଏଣୁ ଆଗକୁ ଆମର ହକ ପାଇଁ ଆନେ୍ଦାଳନ କରିବୁ । ପ୍ରତି ଜିଲ୍ଲାରେ ଆନେ୍ଦାଳନ ହେବ ବୋଲି ରାଜ୍ୟ ସଭାପତି ମହାନ୍ତି ତାଙ୍କ କହିଛନ୍ତି ।