ହୁଣ୍ଡି ତାଡି ଲୁଟିନେଲେ ଦାନ ଟଙ୍କା: ଶୈଳ ଶ୍ରୀକ୍ଷେତ୍ରରୁ ଚୋରି
ଶୈଳ ଶ୍ରୀକ୍ଷେତ୍ରରୁ ଚୋରି । ଅନୁଗୁଳ ଜଗନ୍ନାଥ ମନ୍ଦିରରୁ ଲୁଟିଛନ୍ତି ଦୁର୍ବୃତ୍ତ । ମନ୍ଦିର ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଲୁଟିଛନ୍ତି । ଏଥିସହ ତିନି ଠାକୁରଙ୍କ ସୁନାର ଚିତା ତାଡି ନେଇଛନ୍ତି । ଆଜି ଭୋର ୬ଟା ବେଳେ ପୂଜକ ମନ୍ଦିର ଖୋଲିବା ମାତ୍ରେ ଏହା ଜାଣିପାରି ମନ୍ଦିର ପ୍ରଶାସନକୁ ଖବର ଦେଇଥିଲେ । ଚୋରମାନେ ମନ୍ଦିରର ଅନ୍ୟ ତାଲା ଗୁଡିକ ଭାଙ୍ଗିଛନ୍ତି । କିନ୍ତୁ ପିତଳ ଓ ଅନ୍ୟାନ୍ୟ ଜିନିଷ ଗୁଡିକୁ ଛାଡି ଯାଇଛନ୍ତି । ୨ ବର୍ଷ ହେଲା ମନ୍ଦିରର ସିସିଟିଭି ଅଚଳ ଥିଲା । ଏହାର ସୁଯୋଗ ନେଇ ଲୁଟେରା ଶୈଳ ଶ୍ରୀକ୍ଷେତ୍ରରେ ଲୁଟପାଟ କରିଛନ୍ତି । ଅନୁଗୁଳ ସହର ମଝିରେ ଏବଂ ଅନୁଗୁଳ ଥାନାର ଅତି ନିକଟରେ ଥିବା ଜଗନ୍ନାଥ ମନ୍ଦିରରୁ ଲୁଟ କରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଲୁଟେରା । ମନ୍ଦିରରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତନାଘନା କରୁଛି ।