ମହିଳାଙ୍କ ଶରୀରକୁ ନେଇ ସ୍ୱାମୀ ସମ୍ପର୍କୀୟଙ୍କ ଆକ୍ଷେପ ଘରୋଇ ହିଂସା

 କୋଚି:  ଶାଶୂ ଘର ଲୋକଙ୍କ ସମେତ ସ୍ୱାମୀଙ୍କ ସମ୍ପର୍କୀୟମାନେ ଯଦି ଜଣେ ମହିଳାଙ୍କ ଶରୀର ଓ ବେଶଭୂଷାକୁ ନେଇ ଆକ୍ଷେପ କରିବେ, ତା’ହେଲେ ଏହାକୁ ଘରୋଇ ହିଂସା ଭାବେ ବିବେଚନା କରାଯିବ । କେରଳ ହାଇକୋର୍ଟ ଏପରି ଏକ ଯୁଗାନ୍ତକାରୀ ରାୟ ଦେଇଛନ୍ତି । ଅନେକ ସମୟରେ ବୋହୂମାନଙ୍କୁ ତାଙ୍କ ଶାଶୂ ଘରେ ଶରୀର ଓ ଚାଲିଚଳନକୁ ନେଇ କଟୁ ସମାଲୋଚନା କରାଯାଏ । ଏଣିକି ଏସବୁ ବନ୍ଦ ହେବ । ଯଦି କେହି ଏପରି କରନ୍ତି, ତା’ହେଲେ ତାଙ୍କ ବିରୋଧରେ ଘରୋଇ ହିଂସା ମାମଲା ଚାଲିବ । କେରଳ ହାଇକୋର୍ଟ ବିଚାରପତି ଜଷ୍ଟିସ ଏ ବଦ୍ଧାରୁଦ୍ଦିନ ଜଣେ ମହିଳାଙ୍କ ସ୍ୱାମୀଙ୍କ ବଡ ଭାଇଙ୍କ ପନôୀ ଅର୍ଥାତ ମହିଳାଙ୍କ ଯା’ ଦାଖଲ କରିଥିବା ପିଟିସନକୁ ଖାରଜ କରିଦେଇଛନ୍ତି । ସ୍ୱାମୀଙ୍କ ବଡ ଭାଇଙ୍କ ପନôୀ ଘରୋଇ ହିଂସା ମାମଲାରେ ଫସିଛନ୍ତି । 
କନ୍ନୁର ଠାରେ ଥିବା କୋଥୁପାରାମ୍ବା ପୁଲିସ୍ ପକ୍ଷରୁ ମହିଳାଙ୍କ ଅଭିଯୋଗ ଆଧାରରେ ତାଙ୍କ ଯା’ଙ୍କ ବିରୋଧରେ ଘରୋଇ ହିଂସା ମାମଲା କରାଯାଇଥିଲା । ଏହି ମାମଲାରେ ମହିଳାଙ୍କ ସ୍ୱାମୀ, ଶଶୁର ଓ ବଡ ଭାଇଙ୍କ ପନôୀଙ୍କ ନାଁ ରହିଛି ।
ଆବେଦନକାରୀ କୋର୍ଟରେ ଯୁକ୍ତି କରିଥିଲେ ଯେ ମହିଳାଙ୍କ ସ୍ୱାମୀଙ୍କ ବଡ ଭାଇଙ୍କ ପନôୀଙ୍କ ବିରୋଧରେ ଥିବା ଅଭିଯୋଗ ଘରୋଇ ହିଂସାର ଆଇପିସିର ଦଫା ୪୯୮-ଏ ମଧ୍ୟରେ ଆସୁନାହିଁ । ଅତିରିକ୍ତ ଭାବେ ଯା’ ଜଣଙ୍କ କେବଳ ଅଭିଯୋଗକାରୀଙ୍କ ଶରୀରର ଆକାରକୁ ନେଇ ଆକ୍ଷେପ କରିଥିଲେ । ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ପାଇଁ ଉପଯୁକ୍ତ ନୁହନ୍ତ ବୋଲି ଯା’ କହିଥିଲେ । ମହିଳାଙ୍କ ମେଡିକାଲ ଡିଗ୍ରୀ ଉପରେ ସେ ପ୍ରଶ୍ନ କରିଥିବାରୁ ଏହା ଘରୋଇ ହିଂସା ମାମଲା ଅଧୀନରେ ଆସୁନାହିଁ ବୋଲି ଆବେଦନକାରୀ କହିଥିଲେ । କିନ୍ତୁ ହାଇକୋର୍ଟ କହିଛନ୍ତି ଯେ ମହିଳାଙ୍କ ଶରୀରକୁ ନେଇ ଆକ୍ଷେପ କରିବା ଓ ଅଭିଯୋଗକାରୀଙ୍କ ଯୋଗ୍ୟତା ଉପରେ ପ୍ରଶ୍ନ କରିବାର ଅର୍ଥ ଅଭିଯୁକ୍ତ ଜାଣିଶୁଣି ତାଙ୍କୁ ମାନସିକ ଓ ଶାରୀରିକ ଭାବେ ଆଘାତ ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି । ଏହା ୪୯୮-ଏ ଅଧୀନରେ ଆସୁଛି । ଏହାକୁ ଘରୋଇ ହିଂସା ଭାବେ ବିବେଚନା କରାଯିବ । ତେଣୁ ଆବେଦନକୁ କୋର୍ଟ ଖାରଜ କରୁଛନ୍ତି ।