ଆମ୍ବ କଦଳୀ ପଚେଇବାକୁ ରାସାୟନିକ ଦ୍ରବ୍ୟ ବ୍ୟବହାର
ଜୟପୁର : କୋରାପୁଟ ଜିଲ୍ଲାର ବ୍ୟବସାୟିକ ପ୍ରାଣକେନ୍ଦ୍ର ଜୟପୁରରେ ଆମ୍ବ କଦଳୀ ପଣସ ଇତ୍ୟାଦି ଫଳକୁ ଅତିଶୀଘ୍ର ପଚେଇବାକୁ ବ୍ୟବହାର ହେଉଛି ରାସାୟନିକ ଦ୍ରବ୍ୟ । ଇଥନୋଲ ସହ ଗେସ ୱେଲ୍ଡିଙ୍ଗରେ ବ୍ୟବହୃତ ହେଉଥିବା କାର୍ବାଇଟ ଏବଂ ଆଲୁମିନିୟମ ଫସଫେଟ ବ୍ୟବହୃତ ହୋଇ କୂତ୍ରିମ ଉପାୟରେ ଫଳ ପଚାହେଉଛି । ପଚା ଯାଉଥିବା ଫଳ ଗୁଡ଼ିକୁ ବ୍ୟବହାର କରି ଲୋକେ ବିଭିନ୍ନ ଦୁରା ରୋଗରେ ପୀଡ଼ିତ ହେଉଥିଲେ ସୁଦ୍ଧା ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଏବଂ ପୌର ଖାଦ୍ୟ ନୀରିକ୍ଷକ ଚୁପ ହୋଇ ବସିଛନ୍ତି । ଏଭଳି ଫଳ ପଚାଯିବା ଖବର ପ୍ରଶାସନିକ ଅଧିକାରୀଙ୍କ ପାଖରେ ଖବର ଥାଇବି କୌଣସି ପଦକ୍ଷେପ ନନେବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆଗକୁ ପୂଜା ଥିବାରୁ ଲୋକେ ଏହି ଫଳ କିଣିବାକୁ ବାଧ୍ୟ ହେଉଛନ୍ତି । ଜିଲ୍ଲା ଏବଂ ସ୍ଥାନୀୟ ପ୍ରଶାସନ ଏବେଠାରୁ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।