ରାସ୍ତା ମରାମତି ଏହି ନିର୍ଦ୍ଦେଶ ଦେଲେ ପୂର୍ତ୍ତମନ୍ତ୍ରୀ

ରାସ୍ତା ମରାମତି ଏହି ନିର୍ଦ୍ଦେଶ ଦେଲେ ପୂର୍ତ୍ତମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱର ଓ କଟକ ସହର ମଧ୍ୟରେ ଥିବା ସମସ୍ତ ରାସ୍ତାର ମରାମତି ଓ ଉନ୍ନତିକରଣ ନେଇ ଆଜି ମାନ୍ୟବର ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦେ୍ୱର୍ତନଗରୀ ଅଞ୍ଚଳରେ ଖରାପ ହୋଇଯାଇଥିବା ସମସ୍ତ ରାସ୍ତାକୁ ଅକେଫାବର ୫ ତାରିଖ ସୁଦ୍ଧା ମରାମତି ଶେଷ କରିବାକୁ ମାନ୍ୟବର ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଆଗାମୀ ଦଶହରା ସମୟରେ ସୁରକ୍ଷିତ ଯାତାୟତକୁ ଦୃଷ୍ଟିରେ ରଖି ସ୍ଥାନୀୟ ନିର୍ମାଣ ସୌଧ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ କଟକ ଓ ଭୁବନେଶ୍ୱର ଅଞ୍ଚଳରେ ଥିବା ରାସ୍ତା ମଧ୍ୟରୁ କେଉଁ ରାସ୍ତାର ସ୍ଥିତି କ’ଣ, ସେ ନେଇ ଆଲୋଚନା ହୋଇଥିଲା। ଏଥିରେ ଭୁବନେଶ୍ୱର ଅଞ୍ଚଳର ମୋଟ ୮୧୮ଟି ରାସ୍ତାର ୭୯୮ କିମି ମଧ୍ୟରୁ ୪୬୭ ରାସ୍ତାର ୫୬୫ କିମି ରାସ୍ତା ଭଲ ଥିବାବେଳେ ୨୮୯ଟି ରାସ୍ତାର ୧୫୦ କିମି ରାସ୍ତା ସାମାନ୍ୟ ମରାମତି ଏବଂ ୬୨ଟି ରାସ୍ତାର ୭୧ କିମି ରାସ୍ତା ଅଧିକ ମରାମତି ଆବଶ୍ୟକ ରହିଛି। ସେହିପରି କଟକ ଅଞ୍ଚଳର ମୋଟ ୯୫ଟି ରାସ୍ତାର ୧୯୭ କିମି ରାସ୍ତା ମଧ୍ୟରୁ ୬୧ଟି ରାସ୍ତାର ୧୧୭ କିମି ରାସ୍ତା ଭଲ ଥିବାବେଳେ ୨୭ଟି ରାସ୍ତାର ୭୦ କିମି ରାସ୍ତା ସାମାନ୍ୟ ମରାମତି ଏବଂ ୭ଟି ରାସ୍ତାର ୯ କିମି ରାସ୍ତା ଅଧିକ ମରାମତି ଆବଶ୍ୟକ ରହିଛି ବୋଲି ବିଭାଗ ପକ୍ଷରୁ ବୈଠକରେ ସୂଚନା ଦିଆଯାଇଥିଲା।
ବୈଠକରେ କଟକ ଓ ଭୁବନେଶ୍ୱର ବିଧାୟକଗଣ, ମେୟର ଏବଂ ଅନ୍ୟ ରାଜନେତାମାନେ ଉପସ୍ଥିତ ରହି ନିଜ ନିଜ ଅଞ୍ଚଳର ରାସ୍ତା ମରାମତି ନେଇ ଆଲୋଚନା କରିଥିଲେ। ଶେଷରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସମସ୍ତଙ୍କ ଆଲୋଚନା ଶୁଣିବା ସହ ମହାନଗର ନିଗମ, ପୂର୍ତ୍ତ ଏବଂ ଜାତୀୟ ରାଜପଥ ପ୍ରାଧିକରଣ ନିକଟରେ ଥିବା ସମସ୍ତ ରାସ୍ତାର ମରାମତି ସହ ଲୋକଙ୍କ ଯାତାୟତକୁ ସୁଗମ କରିବା ପାଇଁ ଆବଶ୍ୟକ ସମସ୍ତ ଟେଣ୍ଡର କାର୍ୟ୍ୟ ସହ ଅକେଫାବର ୫ ଭିତରେ ସମସ୍ତ ନିର୍ମାଣ କାର୍ୟ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ।