ରାସ୍ତାରୁ ଗଛ କଟା, ତଦନ୍ତ ଦାବି

 ବନ୍ତ : ରାସ୍ତା କଡରୁ କଟା ଯାଇଛି ଗଛ । ଯାହାର ତଦନ୍ଦ ଦାବି କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ସୂଚନାରୁ ପ୍ରକାଶ ତୋଟାସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଯିବା ରାସ୍ତା ପାର୍ଶ୍ୱରେ ବଡ଼ ବଡ଼ କଦମ୍ବ ଗଛ ଥିବା ବେଳେ ସେହି ଗ୍ରାମର ଜୈନିକ ବ୍ୟକ୍ତି ଉକ୍ତ ଗଛ କାଟୁଥିବା ବେଳେ ଖବର ପାଇ ଆଗରପଡା ବନ ବିଭାଗ ପହଞ୍ଚିଥିଲା । ଗଛ କଟାକୁ ବନ୍ଧ କରିବା ବେଳକୁ ୨ ଗୋଟି ବଡ଼ ଗଛ କଟା ସାରିଥିଲା । ଉକ୍ତ ବ୍ୟକ୍ତି ସେହି ଗଛକୁ କାଟି ବିକ୍ରି କରିବା ଉଦେ୍ଦଶ୍ୟରେ ଥିବା ବେଳେ ବନ ବିଭାଗ ଖବର ପାଇଥିଲା । ଆଗରପଡା ଫରେଷ୍ଟର ରାଜକିଶୋର ନାୟକଙ୍କୁ ପଚାରିବାରୁ ସେ କହିଲେ ସେ ଗଛ କଟାକୁ ନେଇ କୌଣସି ପରିମିସନ ନଥିବା ବେଳେ ଆମେ କଟାକୁ ବନ୍ଧ କରିବା ସହିତ ନିକଟସ୍ଥ ଛୟାଳସିଂହ ଆର ଆଇଙ୍କ ସହିତ ଯୋଗାଯୋଗ କରିଥିଲୁ । ତେବେ ସେ ଫୋନ ଉଠାଇନଥିଲେ ବୋଲି କହିଛନ୍ତି । ଛୟାଳସିଂହ ଆର ଆଇ ଗୁରୁବାରୀ ହେମ୍ବ୍ରମଙ୍କ ଫୋନକରିବାରୁ ଫୋନ ରିସିଭ କରିନଥିବା ବେଳେ ସେ ଆଜି ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିବା ସୂଚନା ମିଳିଛି । ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ସ୍ଥାନରେ ଗଛ ଲଗା ଯାଉଥିବା ବେଳେ କେମିତି ବିନା କୌଣସି ପରିମିସନରେ ଗଛ କଟା ଗଲା ଏବଂ କୌଣସି କାର୍ଯ୍ୟନୁଷ୍ଠାନ ଏହି ବ୍ୟକ୍ତିଙ୍କ ବିରୋଧରେ ହେଲା ନାହିଁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏହାର ସ୍ଥାନୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି ।