ପୁଅର ଅଙ୍ଗ ଦାନ କଲେ ପରିବାର

ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ରେଗେଡା ଗ୍ରାମର ଯୁବକ ଦୀଲ୍ଲୀପ ମାଣ୍ଡାଙ୍ଗୀ ଦୁର୍ଘଟଣାର ଶିକାର ହୋଇଥିଲେ । ପ୍ରଥମେ କାଶୀନଗର ମେଡିକାଲରେ ଚିକିସôା ପରେ ଆନ୍ଧ୍ର ଶ୍ରୀକାକୁଲମ୍ ର ଜେଏମଏସ ମେଡିକାଲ କଲେଜ୍କୁ ସ୍ଥାନାନ୍ତର ହୋଇ ଚିକିସôିତ ହେଉଥିଲେ । ଯୁବକଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ବ୍ରେନ୍ ଡେଡ୍ ହୋଇସାରିଥିବା ସେଠାକାର ଡାକ୍ତର କହିଥିଲେ । ତାଙ୍କୁ ଭେଣ୍ଟି ଲେଟର ମଧ୍ୟରେ ରଖାଯାଇ ଚିକିସôା କରାଯାଉଥିଲା । ଯୁବକ ବଞ୍ଚିବା କଷ୍ଟ ନେଇ ଡାକ୍ତର କହିବା ପରେ ଗୁରୁତର ଯୁବକର ବାପା ସତ୍ୟ ମାଣ୍ଡାଙ୍ଗୀ ତାଙ୍କ ପୁଅର ଶରୀରରେ ଥିବା ବିଭିନ୍ନ ଅଙ୍ଗଦାନ କରିବା ପାଇଁ ଡାକ୍ତରଙ୍କୁ କହିଥିଲେ । ତାଙ୍କ ପୁଅର ଜୀବନ ଅନ୍ୟମାନଙ୍କ ଦେହରେ ବଞ୍ଚିରହିବା ପାଇଁ ନିବେଦନ କରିଥିଲେ । ସତ୍ୟଙ୍କ ନିବେଦନକୁ ନେଇ ମେଡିକାଲ କର୍ତ୍ତୃପକ୍ଷ  ଯୁବକର ଅର୍ଗାନ କାଢ଼ି ଆବଶ୍ୟକ ଥିବା ଅନ୍ୟ ରୋଗୀଙ୍କ ଦେହରେ ପ୍ରତିରୋପଣ ପାଇଁ ରାଜି ହୋଇଥିଲେ । ବ୍ରେନ ଡେଡ୍ ହୋଇ ଥିବା ଦୀଲ୍ଲୀ ମାଣ୍ଡାଙ୍ଗୀଙ୍କ ବିଭିନ୍ନ ଅଙ୍ଗ ଦାନକୁ ନେଇ ପ୍ରକ୍ରିୟା  ମେଡିକାଲ୍ କର୍ତ୍ତୃପକ୍ଷ କରିଥିଲେ । ଯୁବକଙ୍କ ଶରୀରକୁ ଜେଏମ୍ଏସ୍ ମେଡିକାଲ ଅପରେସନ ଥିଏଟରକୁ ନିଆଯାଇଥିଲା । ବାହାର ବଡ ମେଡିକାଲର  ବିଭିନ୍ନ ସ୍ଥାନରୁ ବରିଷ୍ଟ ଡାକ୍ତରିଦଳ ଶରୀରର ଅର୍ଗାନ କଡାଯିବା ନେଇ ନିୟୋଜିତ ରହିଥିଲେ । ଦୀଲ୍ଲୀଙ୍କ ଶରିରରୁ ଦୁଇଟି କିଡିନି, ଫୁସଫୁସ, ଲିଭର ବାହାର କରିଥିଲେ । ଏହି ଅର୍ଗାନ ଛଅ ଜଣକୁ ଜିବନ ବଞ୍ଚାଇପାରିବ ବୋଲି ଡାକ୍ତର କହିଛନ୍ତି । ବାହାର ହୋଇଥିବା ଅର୍ଗାନକୁ  ଆନ୍ଧ୍ର ସରକାର ଶ୍ରୀକାକୁଲମ୍ ଠାରେ ଗ୍ରୀନ୍ କରିଡର କରି ଏୟେରାଲିଫଟ କରିବାର ବ୍ୟବସ୍ଥା କରି ବିଶାଖାପାଟଣାର କିମ୍ସ ମେଡିକାଲକୁ ପଠାଇଥିବା ଡାକ୍ତର କହିଛନ୍ତି । ମେଡିକାଲ କର୍ତ୍ତୃପକ୍ଷ ଦୀଲ୍ଲୀପଙ୍କ ଶବକୁ ଶେଷ ସମ୍ନାନ ଜଣାଇବା ସହ ଶବକୁ ପରିବାରକୁ ହସ୍ତାନ୍ତର କରିଛନ୍ତି । ଶବକୁ ଆଜି ରେଗେଡା ଗ୍ରାମରେ ମେଡିକାଲ କର୍ତ୍ତୃପକ୍ଷ ପହଞ୍ଚାଇଛନ୍ତି । ଯୁବକଙ୍କ ମୃତୁ୍ୟକୁ ନେଇ ଶୋକାକୂଳ ପରିସ୍ଥିତ ଉପୁଜିଥିବା ବେଳେ ଯୁବକଙ୍କ ଅଙ୍ଗଦାନ ପାଇଁ ତାଙ୍କ ପରିବାର ଏଭଳି ମହତ ଚିନ୍ତାଧାରାକୁ ନେଇ ଅଞ୍ଚଳରେ ବେଶ୍ ଚର୍ଚ୍ଚÿାରେ ରହିବା ସହ ପ୍ରସଂସା ମଧ୍ୟ ସାଉଁଟିଛନ୍ତ । ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ପରିବାର ପାଖରେ ପହଞ୍ଚି ସମବେଦନା ଜଣାଇବା ସହ ସରକାରି ନିୟମ ଅନୁଯାୟି ମୃତ ଯୁବକର ପରିବାରକୁ ସହୋଯୋଗ ହାତ ବଢାଯିବା ନେଇ ପ୍ରତିକ୍ରିୟା ରଖିଛନ୍ତି ।
ପ୍ରକାଶ ଥାଉକି ରେଗେଡା ଗ୍ରାମର ଦୀଲ୍ଲୀ ପାଲକା, ଦୀଲ୍ଲୀ ମାଣ୍ଡାଙ୍ଗୀ ଦୁଇ ଜଣ ବନ୍ଧୁ ମିଶିକ ବାଇକ୍ ଯୋଗେ ଗଜପତୀ ଜିଲ୍ଲାର କାଶୀନଗର ଥାନା ଅନ୍ତର୍ଗତ ଶିଆଳି ଅଭିମୁଖେ ଯାଉଥିଲେ । ଗତ ୭ ତାରିଖ ବୁଧବାର ସଡକ ଦୁର୍ଘଟଣାରେ ସ୍ୱୀକାର ହୋଇଥିଲେ । ଘଟଣା ସ୍ଥଳରେ ଦୀଲ୍ଲୀ ପାଲାକାଙ୍କ ମୃତୁ୍ୟ ହୋଇଥିଲା । ଦୀଲ୍ଲୀ ମାଣ୍ଡାଙ୍ଗୀ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ କାଶୀନଗର ମେଡିକାଲ ପରେ ଆନ୍ଧ୍ରର ଶ୍ରୀକାକୁଲମ୍ ଜିଲ୍ଲାର ଜେମ୍ଏସ ମେଡିକାଲ ଚିକିସôିତ ହେଉଥିଲେ । ଦୀଲ୍ଲୀ ମାଣ୍ଡାଙ୍ଗୀଙ୍କ ଆଜି ଅଙ୍ଗଦାନ କରିଛନ୍ତି । ମୃତୁ୍ୟ ବେଳକୁ ତାର ବୟସ ୨୪ ବର୍ଷ ରହିଛି ।