ଚଇତି ମହୋତ୍ସବରେ ଆକର୍ଷଣ ପାଲଟିଛି ବେଦାନ୍ତ ଆଲୁମିନିୟମର ପ୍ରଦର୍ଶନ
ରାୟଗଡା: ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ରାୟଗଡାରେ ଆୟୋଜିତ ଚଇତି ମହୋତ୍ସବରେ ଅଂଶଗ୍ରହଣ କରିଛି । ୨୦୦୫ ମସିହାରୁ ଆରମ୍ଭ ହୋଇଥିବା ଏହି ବାର୍ଷିକ ସାଂସ୍କୃତିକ ମହୋତ୍ସବ ଆଦିବାସୀ କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଏକ ଜୀବନ୍ତ ମଞ୍ଚ ଭାବେ କାର୍ଯ୍ୟ କରିଆସୁଛି । କାର୍ଯ୍ୟକ୍ରମରେ ଦେଶର ୫୦୦ରୁ ଅଧିକ କଳାକାର ଅଂଶଗ୍ରହଣ କରିଥିବାବେଳେ ବେଦାନ୍ତ ଆଲୁମିନିୟମର ଷ୍ଟଲ ମୁଖ୍ୟ ଆକର୍ଷଣ ଥିଲା । ଏଥିରେ ସଉରା ଚିତ୍ରକଳା, ଡୋକ୍ରା କଳା, ପାରମ୍ପରିକ ଆଦିବାସୀ କଳା ଏବଂ ହସ୍ତଶିଳ୍ପ ସହିତ ପ୍ରୋଜେକ୍ଟ ସଖୀ ଦ୍ୱାରା ପ୍ରସ୍ତୁତ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚଜି)ର ଉତ୍ପାଦ ପ୍ରଦର୍ଶନ ସାମିଲ ଥିଲା । ଦର୍ଶକଙ୍କ ସାମ୍ନାରେ ଅଙ୍କା ଯାଉଥିବା ସଉରା ଚିତ୍ରକଳା ଉପସ୍ଥିତ ଲୋକଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଥିଲା । ଏହାବ୍ୟତୀତ ଏହି ଷ୍ଟଲରେ ବେଦାନ୍ତର ନବର୍ନିମିତ ହକି ଦଳ କଳିଙ୍ଗ ଲାନ୍ସର୍ସ ପକ୍ଷରୁ ଚାଲିଥିବା ହକି ଇଣ୍ଡିଆ ଲିଗ୍ର ଡିଫେଣ୍ଡିଂ ଚାମ୍ପିୟନ କଳିଙ୍ଗ ଲାନ୍ସର୍ସ ପକ୍ଷରୁ ପ୍ରଦର୍ଶନ କରାଯାଇଥିଲା । ଏହି ପ୍ରଦର୍ଶନୀରେ ଦଳର ମାସ୍କଟ, ଖେଳାଳି ହାଇଲାଇଟ୍ ଏବଂ ଟ୍ରଫି ସାମିଲ ଥିଲା । ମହୋତ୍ସବକୁ ୨୫ ହଜାରରୁ ଉର୍ଦ୍ଧ୍ୱ ଦର୍ଶକ ଆସିଥିବା ବେଳେ ରାୟଗଡା ବିଧାୟକ କାଡ୍ରାକା ଆଲ୍ଲାପାସ୍ୱାମୀ, ବିଷମକଟକ ବିଧାୟକ ନୀଳମାଧବ ହିକକା, ରାୟଗଡା ଜିଲ୍ଲାପାଳ ପାରୁଲ ପଟୱାରୀ, ରାୟଗଡା ଆରକ୍ଷୀ ଅଧୀକ୍ଷକ ସ୍ୱାତୀ ଏସ୍ କୁମାର ପ୍ରମୁଖ ଉପସ୍ଥିତ ଥିଲେ । ବେଦାନ୍ତ ଆଲୁମିନିୟମର ମୁଖ୍ୟ ପରିଚାଳନା ଅଧିକାରୀ ସୁନୀଲ ଗୁପ୍ତା ସାଂସ୍କୃତିକ ସଂରକ୍ଷଣ ପାଇଁ କମ୍ପାନୀର ସମର୍ପଣ ଉପରେ ବକ୍ତବ୍ୟ ରଖି କହିଲେ, ଚଇତି ମହୋତ୍ସବରେ ଆମର ଅଂଶଗ୍ରହଣ ସ୍ଥାନୀୟ କାରିଗରଙ୍କୁ ସମର୍ଥନ କରିବା ଏବଂ ସ୍ଥାନୀୟ କଳାକୁ ପ୍ରୋତ୍ସାହିତ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ । ଚଇତି ମହୋତ୍ସବରେ ସକ୍ରିୟ ଅଂଶଗ୍ରହଣ ମାଧ୍ୟମରେ ବେଦାନ୍ତ ଆଲୁମିନିୟମ ସ୍ଥାନୀୟ କାରିଗର, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଦକ୍ଷତା ଏବଂ ପ୍ରକଳ୍ପଗୁଡିକୁ ବୃହତ ସମୁଦାୟ ନିକଟରେ ପ୍ରଦର୍ଶନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।