ପାଦରୁଦୁର୍ଗନ୍ଧ ବାହାରିବନି , ଏହି ଟିପ୍ସ ଆପଣାନ୍ତୁ

ଖରାଦିନ ଆସିଗଲାଣି। ତେଣୁ ଶରୀରରୁ ଝାଳ ବାହାରିବା ସ୍ୱଭାବିକ କଥା। ଅଧିକାଂଶ ଲୋକଙ୍କର ଶରୀର ବ୍ୟତୀତ ପାଦରୁ ଝାଳ ହୋଇଥାଏ। ପାଦରୁ ଝାଳ ବାହାରିବା ଯୋଗୁଁ ପୁଅମାନେ ପିନ୍ଧୁଥିବା ମୋଜା ଅଧିକ ସମୟ ପର୍ଯ୍ୟନ୍ତ ରହିଥାଏ। ତେଣୁ ପାଦରୁ ଦୁର୍ଗନ୍ଧ ବାହାରିଥାଏ।
ଅଧିକ ଝାଳ ବାହାରିବା ମଧ୍ୟ ଏକ ପ୍ରକାର ରୋଗ। ଯାହାଦ୍ୱାରା ସଂକ୍ରମଣ ହେବାର ଭୟ ରହିଥାଏ। ଏଥିସହ ପାଦରୁ ଦୁର୍ଗନ୍ଧ ଆସିଥାଏ, ଯେଉଁଥିପାଇଁ ଆପଣଙ୍କୁ ଅନ୍ୟମାନଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡିଥାଏ।ତେଣୁ ପାଦ ଦୁର୍ଗନ୍ଧରୁ ମୁକ୍ତି ପାଇବା ପାଇଁ ଘରୋଇ ଟିପ୍ସ ଆପଣାଇପାରିବେ। ତେବେ ଜାଣନ୍ତୁ କେମିତି ଦୁର୍ଗନ୍ଧ ପାଦରୁ ମୁକ୍ତି ମିଳିବ ?
ଲୁଣ ପାଣି: ଯଦି ଆପଣଙ୍କ ପାଦରୁ ଝାଳ ବାହାରି ଦୁର୍ଗନ୍ଧ ବାହାରିଥାଏ। ତେବେ ଏହାକୁ ଦୂର କରିବା ପାଇଁ ଲୁଣ ପାଣିର ବ୍ୟବହାର କରିପାରିବେ। ଏଥିପାଇଁ ଅଳ୍ପ ଉଷୁମ ପାଣିରେ ଲୁଣ ପକାଇ ପାଦକୁ ୧୦ ମିନିଟ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ।
ଭିନେଗାର: ଭିନେଗାର ପାଦ ଦୁର୍ଗନ୍ଧରୁ ମୁକ୍ତି ଦେଇଥାଏ। ତେଣୁ ଜୋତା ପିନ୍ଧିବା ପୂର୍ବରୁ ଫୁଟେଓ୍ଵୟାର ସିରକା ବ୍ୟବହାର କରିପାରିବେ। ସିରକା ପକାଇବା ପରେ ୨ ଘଣ୍ଟା ଯାଏଁ ଜୋତାକୁ ଛାଡିଦିଅନ୍ତୁ।
ବେକିଂ ସୋଡା: ବେକିଂ ସୋଡା ପାଦରେ ଥିବା ବ୍ୟାକ୍ଟେରିଆକୁ ମାରିଦିଏ। ଏହାସହିତ ସଂକ୍ରମଣରୁ ମଧ୍ୟ ମୁକ୍ତି ମିଳେ। ତେଣୁ ଏକ ପାତ୍ରରେ ପାଣିରେ ଦୁଇ ଚାମଚ ବେକିଂ ସୋଡା ପାକଇ ସେଥିରେ କିଛି ସମୟ ପାଦ ବୁଡାଇ ରଖନ୍ତୁ।
ଗୋଲାପ ଜଳ: ବହୁତ କମ୍ ଲୋକ ଏହା ବିଷୟରେ ଜାଣିଥାନ୍ତି। ପାଦକୁ ଭଲ ଭାବେ ଧୋଇ ସ୍ପ୍ରେ ବୋତଲ ସାହାଯ୍ୟରେ ଗୋଲାପ ଜଳ ପାଦରେ ପକାନ୍ତୁ। ଗୋଲାପ ଜଳ ଶୁଖିଯିବା ପରେ ମଶ୍ଚରାଇଜର ଲଗାନ୍ତୁ।
ଲେମ୍ବୁ: ସ୍କିନ ସମସ୍ୟାକୁ ଦୂର କରିବା ପାଇଁ ଲେମ୍ବୁ ବେଶ ଉପକାରୀ। ତେଣୁ ଅଧା ଳେମ୍ବୁକୁ ଭଲଭାବେ ପାଦରେ ରଗଡି କିଛି ସମୟ ପରେ ନର୍ମାଲ ପାଣିରେ ଧୋଇ ଦିଅନ୍ତୁ। ଏହି ସମସ୍ୟାରୁ ମୁକ୍ତି ମିଳିବ।