ଘରୋଇ ବସକୁ ୧୨ ଲକ୍ଷ ୯୨ ହଜାର ଟଙ୍କା ଫାଇନ

କଟକରେ ପୁଣି ଏକ ବସକୁ ୧୨ ଲକ୍ଷ ଟଙ୍କା ଜରିମାନା । ଏକ ଘରୋଇ ବସକୁ ୧୨ ଲକ୍ଷ ୯୨ ହଜାର ୯୦୯  ଟଙ୍କା ଫାଇନ ହୋଇଛି । କଟକ ଆରଟିଓ ପକ୍ଷରୁ ଏହି ଫାଇନ କରାଯାଇଛି । ୨୦୨୩ ମସିହା ମେ ମାସରୁ ବସ୍ ମାଲିକ ଟ୍ୟାକ୍ସ ଫାଙ୍କିଥିବା ଅଭିଯୋଗ ରହିଛି । ସେହି କର ବାବଦକୁ ୪ ଲକ୍ଷ ୫୫ ହଜାର ୩୬୪ ଟଙ୍କା ଏବଂ ଜରିମାନା ବାବଦକୁ ୮ ଲକ୍ଷ ୩୭ ହଜାର ୫୪୫ ଟଙ୍କା ଫାଇନ୍ କରାଯାଇଛି । ଗତକାଲି ‘ସ୍ବରାଜ’ ନାମକ ଏକ ବସର ମାଲିକଙ୍କୁ ଏହି ଫାଇନ କରାଯାଇଛି । ନି କଟରେ କଟକରେ ଏକ ଘରୋଇ ବସକୁ ୧୦ ଲକ୍ଷ ଟଙ୍କାର ଚାଲାଣ କଟିଥିଲା ।