ଶୋଇବା ଘରର ବାସ୍ତୁ ନିୟମ

ଶୋଇବା ଘରର ବାସ୍ତୁ ନିୟମ

ବେଡ଼ରୁମ୍ ହେଉଛି ଘରର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହା ମଧ୍ୟ ଦେଇ ସବୁବେଳେ ସକାରାତ୍ମକ ଓ ନକାରାତ୍ମକ ଶକ୍ତି ପ୍ରବାହିତ ହୁଏ । ଯଦି ଶୋଇବା ଘରର ଆସବାବପତ୍ର ସଠିକ ଜାଗାରେ ରଖାନଯାଏ ତାହା ବୈବାହିକ ତଥା ଦାମ୍ପତ୍ୟ ଜୀବନରେ ଅଶାନ୍ତି ଆସିଥାଏ  । ତେଣୁ ପାରିବାରିକ ଜୀବନକୁ ସୁଖମୟ  କରିବା ପାଇଁ ଶୋଇବା ଘରର ଜିନିଷକୁ ସଠିକ୍ ସ୍ଥାନରେ ରଖନ୍ତୁ । ଟିଭି, ଏସି ଭଳି ବୈଦୁ୍ୟତିକ ଜିନିଷକୁ ଶୋଇବା ଘରର ଦକ୍ଷିଣ-ପୂର୍ବ କୋଣରେ ରଖନ୍ତୁ  । ଯଦି ଏମିତି ରଖିବା ସମ୍ଭବ ହେଉନାହିଁ ତେବେ ଏହାକୁ କପଡ଼ାରେ ଘୋଡ଼ାଇ ରଖନ୍ତୁ ।
˜    ବେଡ଼ରୁମରେ ଦକ୍ଷିଣ-ପଶ୍ଚିମ ଦିଗକୁ କଦାପି ଖାଲି ରଖନ୍ତୁ ନାହିଁ । ଏହି କୋଣରେ କୌଣସି ଭାରି ଜିନିଷ ଯେପରିକି, ଟେବୁଲ, ଚୌକି ଆଦି ରଖିପାରିବବେ । 
˜    ବେଡ଼୍ରୁମରେ କପଡ଼ା ରଖିବା ଓ ଆଲମାରୀକୁ ଉତ୍ତର-ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ ରଖିବା ଉଚିତ୍ ।
˜    ସିନ୍ଦୁକକୁ ବି ଘରର ଦକ୍ଷିଣ ଦିଗରେ ରଖନ୍ତୁ ।  ଯେପରିଏହାକୁ ଖୋଲିବା ବେଳେ ଏହାର ମୁହଁ ଉତ୍ତର ଦିଗକୁ ରହିବ ।
˜    ଶୋଇବା ଘରେ ଡ୍ରେସିଂ ଟେବୁଲ୍ ଓ ଦର୍ପଣ ରଖିବା ପାଇଁ ପୂର୍ବ କିମ୍ବା ଉତ୍ତର ଦିଗ ଉପଯୁକ୍ତ  । ସେହିଭଳି  ଶୋଇବା ଘରର ପଶ୍ଚିମ କିମ୍ବା ଉତ୍ତର ଦିଗରେ ବାଥ୍ରୁମ ରହିବା ଉଚିତ୍ । ନଚେତ୍୍ ବାଥ୍ରୁମ୍ ସାମ୍ନାରେ ଏକ ପରଦା ଟାଙ୍ଗି ରଖନ୍ତୁ । 
˜    ଶୋଇବା ଘରେ ପାଠ ପଢ଼ିବା ପାଇଁ ଚାହୁଁଥିଲେ ଏଥିପାଇଁ ପୂର୍ବ କିମ୍ବା ପଶ୍ଚିମ ଦିଗକୁ ଚୟନ କରନ୍ତୁ ବା  ପଢ଼ିବା ସମୟରେ ବ୍ୟକ୍ତିର ମୁହଁ ପୂର୍ବ ଦିଗକୁ ରହିବା ଆବଶ୍ୟକ । 
˜    ବାସ୍ତୁ ଅନୁସାରେ ସୁନିଦ୍ରା ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଶୋଇବା ସମୟରେ ପୂର୍ବ କିମ୍ବା ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୁଅନ୍ତୁ ।