ଅତ୍ୟଧିକ ଥଣ୍ଡା ପାନୀୟ ପିଇବା ଶରୀର ପାଇଁ କ୍ଷତିକାରକ କିଭଳି ?

ଅତ୍ୟଧିକ ଥଣ୍ଡା ପାନୀୟ  ପିଇବା  ଶରୀର ପାଇଁ  କ୍ଷତିକାରକ  କିଭଳି ?

 ଖରାଦିନ ଆସିବା ମାତ୍ରେ ପ୍ରାୟ ସମସ୍ତେ ଥଣ୍ଡାପାଣି ପିଇବାକୁ ଅଧିକ ପସନ୍ଦ କରିଥାଆନ୍ତି । ତେଣୁ ଅଧିକାଂଶ ଲୋକେ ଥଣ୍ଡା ପାଣି ପିଇଥାଆନ୍ତି । ଆଉ ବଜାରରେ ମିଳଥିବା କୋଲଡ୍ରିଙ୍କସ୍‌ ପିଇବାକୁ ପସନ୍ଦ କରିଥାଆନ୍ତି । କିନ୍ତୁ ଏହି କୋଲ୍ଡ ଡ୍ରିଙ୍ଗସ୍ ପିଇବା କେତେ ଠିକ୍? ବାସ୍ତବରେ କୋଲ୍ଡ ଡ୍ରିଙ୍ଗସ୍ ପିଇବା ସ୍ବାସ୍ଥ୍ୟା ପ୍ରତି ଆଦୌ ହିତକର ହୋଇନଥାଏ । ଏହାକୁ ସେବନ କରିବା ଦ୍ବାରା ଶରୀରରେ ଶର୍କରା ସ୍ତର ବୃଦ୍ଧି ପାଇଥାଏ ।ତେବେ ଆସନ୍ତୁ ଜାଣିବା କୋଲଡ୍ରିଙ୍କସ୍‌ ପିଇବା ଦ୍ୱାରା ଶରୀରକୁ କିଭଳି କ୍ଷତି ପହଞ୍ଚାଏ ।

ଥଣ୍ଡା ପାନୀୟ ଅତ୍ୟଧିକ ପିଇବା ଦ୍ବାରା ଆମ ଦାନ୍ତ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ । ଏଥିରେ ଫସଫୋରିକ୍ ​​ଏସିଡ୍ ଓ ଅନ୍ୟାନ୍ୟ ପ୍ରକାରର ଏସିଡ୍ ରହିଥାଏ ଯାହା ଆମ ଦାନ୍ତ ପାଇଁ କ୍ଷତିକାରକ ଅଟେ । କୋଲ୍ଡ ଡ୍ରିଙ୍କ୍‌ସରେ ଚିନିର ପରିମାଣ ଅତ୍ୟଧିକ ଥିବାରୁ ଏହା ପିଇବା ଦ୍ବାରା ମଧୁମେହ ସମସ୍ୟା ଦେଖାଦେଇଥାଏ । ଏହା ଶରୀରରେ ଶର୍କରା ସ୍ତର ବଢାଇବା ସହ ଇନସୁଲିନକୁ ଶୀଘ୍ର ମୁକ୍ତ କରିଥାଏ ।

ଅଧିକ ଥଣ୍ଡା ପାନୀୟ ବା କୋଲ୍ଡ ଡ୍ରିଙ୍କ୍ସ ପିଇବା ଦ୍ବାରା ଓଜନ ବୃଦ୍ଧି ପାଇଥାଏ । ଏଥିରେ ଥିବା ଚିନି ଓଜନ ବଢାଇବା ସହ ଶରୀରରେ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ସୃଷ୍ଟି କରିଥାଏ । ଗୋଟେ ଗ୍ଲାସ କୋଲ୍ଡ ଡି଼ଙ୍ଗସରେ ୮ରୁ ୧୦ ଚାମଚ ଚିନି ରହିଥାଏ । କୋଲ୍ଡ ଡ୍ରିଙ୍କ୍ସ ପିଇବା ଦ୍ୱାରା ଶରୀରରେ ଶର୍କରା ସ୍ତର ବଢିଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ହିତକର ନୁହେଁ । ଏତେ ପରିମାଣର କ୍ୟାଲୋରୀ ଓଜନ ବଢାଇଥାଏ ।