ମେଡିସିନ୍ ଗୋଦାମରେ ନିଆଁ ଲାଗିଲା
ମେଡିସିନ୍ ଗୋଦାମରେ ଲାଗିଲା ଭୟଙ୍କର ନିଆଁ । ଭୁବନେଶ୍ୱର ରୁଦ୍ରପୁରରେ ଥିବା ମେଡିସିନ୍ ଗୋଦାମରେ ଅଗ୍ନିକାଣ୍ଡ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଛି ଅଗ୍ନିଶମ ବାହିନୀ । ସ୍ଥାନୀୟ ଅଞ୍ଚଳ ଧୂଆଁ ଧୂଆଁ ହୋଇଯାଇଛି । ମେଡିସିନ୍ ଗୋଦାମରେ ଲକ୍ଷାଧିକ ଟଙ୍କାର ମେଡିସିନ୍ ରହିଛି । ନିଆଁ ଲାଗିବା କାରଣରୁ ଅନେକ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି । ନିଆଁ ଆୟତକୁ ଆସିବା ପରେ ଜଣାପଡିବ କେତେ କ୍ଷୟକ୍ଷତି ହୋଇଛି । ତେବେ ନିଆଁ କେମିତି ଲାଗିଲା, ଅଗ୍ନିକାଣ୍ଡର କାରଣ ଏବେ ସୁଦ୍ଧା ସ୍ପଷ୍ଟ ହୋଇପାରିନି ।