ଇଡି ଦ୍ୱାରା ନ୍ୟାସନାଲ ହେରାଲ୍ଡ ମାମଲା ଭିତ୍ତିହୀନ : ମହାନଦୀ ସମସ୍ୟାର ସମାଧାନ କେବେ ହେବ?

ଭୁବନେଶ୍ୱର : ବାରମ୍ବାର ମିଛ କହିବା  ବିଜେପି ଦଳର ଏକ ଅଭ୍ୟାସଗତ ବ୍ୟାଧି । ଗତ କିଛି ବର୍ଷ ଧରି ଭାରତୀୟ ଜନତାପାର୍ଟି ନ୍ୟାସନାଲ ହେରାଲ୍ଡ ମାମଲାକୁ ନେଇ ଗାନ୍ଧୀ ପରିବାର ୫ ହଜାର କୋଟି ଟଙ୍କାର ସମ୍ପତି ହଡପ କରିଥିବା ସଂପୂର୍ଣ୍ଣ ମିଛ, ନିରାଧା ଓ ଭିତିହୀନ ବୋଲି ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ବରିଷ୍ଠ କଂଗ୍ରେସ ନେତା ଭୁପେଷ ବାଘେଲ କହିଛନ୍ତି । 
ବାଘେଲ ସାମ୍ବାଦିକ ମାନଙ୍କୁ ସମ୍ବୋର୍ଦ୍ଧିତ କରି କହିଥିଲେ ଯେ ଭାରତୀୟ ଜନତାପାର୍ଟି ବିଶେଷ କରି ନରେନ୍ଦ୍ର ମୋଦୀ, ଅମିତ ଶାହା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ଭୟ କରି ଏଭଳି ରାଜନୈତିକ ଆକ୍ରୋଶ ଜାରି ରଖିଛନ୍ତି । ସାରା ଭାରତ ବର୍ଷରେ କଂଗ୍ରେସ ଗରିବ ଜନସାଧାରଣ ବିଶେଷ କରି ପଛୁଆବର୍ଗ, ଅତି ପଛୁଆବର୍ଗ, ଆଦିବାସୀ ଓ ଅନୁସୂଚିତ ଜାତିର ଜନସାଧାରଣଙ୍କ ପାଇଁ ବାରମ୍ବାର ସ୍ୱର ଉତୋଳନ କରିବା ସହିତ ଜାତି ଜନଗଣନା କରିବାପାଇଁ ଦାବି କରିବା ଏବଂ ବିଶେଷ କରି ସଂସଦ ଭିତରେ ଓ ସଂସଦ ବାହାରେ ନରେନ୍ଦ୍ର ମୋଦି ଏବଂ ଆଡାନୀ ମଧ୍ୟରେ କି ସମ୍ପର୍କ ରହିଛି ଏବଂ କାହିଁକି ଭାରତବର୍ଷର ସମସ୍ତ ଜାତୀୟ ସମ୍ପତି ଏପରିକି ଏୟାରପୋର୍ଟ, ପୋର୍ଟ, ରେଲୱେଟ୍ରାକ୍ସ, ସିମେଂଟ କାରଖାନା ଏସବୁ କାହିଁକି ଜଣେ ଶିଳ୍ପପତିଙ୍କ ହାତରେ ଟେକି ଦିଆଯାଉଛି ବୋଲି ବାରମ୍ବାର ପ୍ରଶ୍ନ କରିବା ହେତୁ ଆଜି ବିଜେପି ଦଳ ରାଜନୈତିକ ଆକ୍ରୋଶ ରଖି ଗାନ୍ଧୀ ପରିବାରଙ୍କୁ ନିନ୍ଦିତ କରିବାପାଇଁ ନ୍ୟାସନାଲ ହେରାଲ୍ଡ ମାମଲାକୁ ଇଡିକୁ ସ୍ୱତନ୍ତ୍ର ନିଦେ୍ର୍ଦଶ ଦେଇ ଏକ ସଂପୂର୍ଣ୍ଣ ମିଛ ମାମଲାର ଚାର୍ଜସିଟ ଦାୟର କରାଯାଇଛି । ସାମ୍ବାଦିକ ମାନଙ୍କ ମହାନଦୀ ସମ୍ପର୍କୀତ ଏକ ପ୍ରଶ୍ନର ଉତର ଦେଇ ବାଘେଲ କହିଥିଲେ ଏବେ ଟ୍ରିପୁଲ ଇଞ୍ଜିନ ସରକାର ଚାଲିଛି । ଛତିଶଗଡ଼ ଓ ଓଡ଼ିଶାରେ ବିଜେପିର ସରକାର କେନ୍ଦ୍ରରେ ବି ବିଜେପିର ସରକାର । ତେଣୁ ମହାନଦୀ ସମସ୍ୟାର ଶୀଘ୍ର ସମାଧାନ ହେବା କଥା । କାହିଁକି ହେଉ ନାହଁ ଏ ପ୍ରଶ୍ନ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ପଚାରନ୍ତୁ ବୋଲି ସେ କହିଥିଲେ ।
ନିର୍ବାଚନ ଆୟୋଗ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଲେ ନିର୍ବାଚନ ଆୟୋଗ ସଂପୂର୍ଣ୍ଣରୂପେ ଆଜି ମୋଦି, ଶାହାଙ୍କର ହାତ ବାରିସ ପାଲଟିଛି । ମହାରାଷ୍ଟ୍ର ନିର୍ବାଚନରେ ୫ ମାସ ମଧ୍ୟରେ ୫୯ ଲକ୍ଷ ନୂଆ ଭୋଟର କିପରି ସାମିଲ ହେଲେ । ଏହାର ଉତ୍ତର ନିର୍ବାଚନ ଆୟୋଗ କିମ୍ବା ସରକାର ଦେଉ ନାହାନ୍ତି । ତାମିଲ ନାଡୁର ରାଜ୍ୟପାଳଙ୍କ ପ୍ରତିକ୍ରିୟା ଉପରେ ଉତର ରଖି ସେ କହିଥିଲେ ଏବେ ଭାରତୀୟ ଜନତାପାର୍ଟିର ସାସଂଦମାନେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସିଧାସଳଖ ଧମକ ଦେଉଛନ୍ତି । ଏଭଳି ଆଚରଣ ଉଚାରଣ ଆମ ଗଣତନ୍ତ୍ର ପ୍ରତି ଅତ୍ୟନ୍ତ ବିପଦପୂର୍ଣ୍ଣ । ସୁପ୍ରିମକୋର୍ଟର ବିଚାରପତିମାନଙ୍କ କାର୍ଯ୍ୟାବଳୀକୁ ନେଇ ବିଜେପି ଦଳର ସାଂସଦମାନେ ଗଣମାଧ୍ୟମରେ  ପ୍ରତିକ୍ରିୟା ରଖି କହୁଛନ୍ତି ଯେ ଆସନ୍ତା ଦିନରେ ସୁପ୍ରିମକୋର୍ଟର ବିଚାରପତିଙ୍କ ଯୋଗୁଁ ଭାରତରେ ଏକ ଗୃହଯୁଦ୍ଧ ହେବାକୁ ଯାଉଛି । ଏଥିପାଇଁ ମୁଖ୍ୟ ବିଚାରପତି ସଂଜିବ ଖାନାହିଁ ଦାୟି । ଏହା ହେଉଛି ବିଜେପି ଦଳର ଅସଲ ଚେହେରା । ସତ୍ୟ ଓ ନ୍ୟାୟର ଜୟ ହେବ ବୋଲି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି  ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ ।